ବିରାଟ ଖେଳୁ ନ ଥିବାରୁ ନିରାଶ ହେଲୁ: ସିମନ୍ସ
ସିମନ୍ସ କହିଛନ୍ତି, ଭାରତର ବରିଷ୍ଠ ଖେଳାଳିମାନେ ଗସ୍ତରେ ଆସିନାହାନ୍ତି…..
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଖେଳିବ ଭାରତ । ଶୁକ୍ରବାରଠାରୁ ଦିନିକିଆ ସିରିଜର ଖେଳାଯାଇଛି । ଏହି ସିରିଜରେ ଭାରତର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଶିଖର ଧାୱନଙ୍କୁ ସୁଯୋଗ ମିଳିଛି । ରୋହିତଙ୍କ ବ୍ୟତିତ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରିତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । ସେହିଭଳି କୋହଲି ଏବଂ ବୁମରାଙ୍କୁ ଟି-୨୦ ସିରିଜରେ ସୁଯୋଗ ମିଳିନାହିଁ । ଏହି ଖେଳାଳିଙ୍କୁ ବାହାର କରାଯିବାକୁ ନେଇ ୱେଷ୍ଟଇଣ୍ଡିଜ ଟିମର କୋ ଫିଲ ସିମନ୍ସ ନିରାଶ ହୋଇଛନ୍ତି ।
ଦଳ ଶ୍ରେଷ୍ଠ ଖେଳାଳିଙ୍କ ବିପକ୍ଷରେ ମ୍ୟାଚ ଖେଳିବାକୁ ଚାହୁଁଥିଲା । ହେଲେ ସେମାନେ ନଥିବା ନିରାଶ କରିଛି ବୋଲି ସେ କହିଛନ୍ତି । ସିମନ୍ସ କହିଛନ୍ତି, ଭାରତର ବରିଷ୍ଠ ଖେଳାଳିମାନେ ଗସ୍ତରେ ଆସିନାହାନ୍ତି । ଏହା ନିରାଶ କରିଛି । କାରଣ ଶ୍ରେଷ୍ଠ ଖେଳାଳିଙ୍କ ସହ ମ୍ୟାଚ ଖେଳିବା ଚାହୁଁଥିଲୁ । ବିରାଟଙ୍କ ଜଣେ ଅଲଟାଇମ ବେଷ୍ଟ ପ୍ଲେୟାର । ଏବେ ସେ ସିରିଜରେ ନ ଥିବାରୁ ନିରାଶ ହୋଇଛୁ । ସେ ଆସିଥିଲେ ଭଲ ହୋଇଥାନ୍ତା ।