ଆସନ୍ତା ମାସରୁ ଆକାଶରେ ଉଡାଣ ଭରିବ ଅକାସା ଏୟାର
ଅକାସା ଏୟାର ପକ୍ଷରୁ କୁହାଯାଇଛି ଉଡାଣ ପାଇଁ ବୁକିଂ ଆରମ୍ଭ କରିଦେଇଛୁ…..
ନୂଆଦିଲ୍ଲୀ: ବ୍ୟବସାୟୀ ରାକେଶ ଝୁନଝୁନୱାଲା ଦ୍ୱାରା ସମର୍ଥିତ ଅକାସା ଏୟାର ବ୍ୟବସାୟିକ ଉଡାଣ ଭରିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଛି । ଅକାସା ଏୟାରକୁ ଡିଜିସିଏ ଜୁଲାଇ ୭ରେ ଉଡାଣ ଭରିବାକୁ ଅନୁମତି ପ୍ରଦାନ କରିଥିଲା । ଅଗଷ୍ଟ ୭ରୁ ମୁମ୍ବାଇରୁ-ଅହମ୍ମଦାବାଦ ମାର୍ଗରେ କମ୍ପାନୀ ପ୍ରଥମ ଉଡାଣ ଭରିବ । ଅକାସା ଏୟାର ପକ୍ଷରୁ କୁହାଯାଇଛି ଉଡାଣ ପାଇଁ ବୁକିଂ ଆରମ୍ଭ କରିଦେଇଛୁ । ଅଗଷ୍ଟ ୧୩ରୁ ବାଙ୍ଗାଲୁରୁରୁ-କୋଚ୍ଚି ମାର୍ଗରେ ୨୮ ସାପ୍ତାହିକ ଉଡାଣକୁ ସଞ୍ଚାଳିତ କରାଯିବ ।