ହଂକଂରୁ ନୀରବ ମୋଦୀଙ୍କ ୨୫୩ କୋଟିର ସମ୍ପତ୍ତି ଜବତ

ଭାରତ ସରକାର ନୀରବ ମୋଦିଙ୍କୁ ଭାରତ ଆଣିବାକୁ ଚେଷ୍ଟା କରୁଛନ୍ତି….

ନୂଆଦିଲ୍ଲୀ : ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେନ୍ଦ୍ରୀୟ ସଂସ୍ଥା ହଂକଂରେ ୨୫୩.୬୨ କୋଟି ଟଙ୍କାର ସମ୍ପତ୍ତି ସିଜ୍‌ କରିଛି । ଏହି ସମ୍ପତ୍ତିରେ ହୀରା, ଅଳଙ୍କାର ଏବଂ ବ୍ୟାଙ୍କ ସଞ୍ଚିତ ଅର୍ଥରାଶି ରହିଛି । ଏନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ନୀରବ ମୋଦି ଏବେ ବ୍ରିଟେନ ଜେଲରେ ବନ୍ଦୀ ଅଛନ୍ତି । ଭାରତ ସରକାର ନୀରବ ମୋଦିଙ୍କୁ ଭାରତ ଆଣିବାକୁ ଚେଷ୍ଟା କରୁଛନ୍ତି । ପିଏନବି ଘୋଟାଲାରେ ଆର୍ଥିକ ଅପରାଧ ଏବଂ ଠକେଇକୁ ନେଇ ସିବିଆଇ ଯାଞ୍ଚ କରୁଛି ।