ଚର୍ଚ୍ଚାରେ ରଣବୀର ସିଂଙ୍କ ନ୍ୟୁଡ ଫଟୋସୁଟ
ଏନେଇ ସାକ୍ଷାତକାରରେ ରଣବୀର କହିଥିଲେ କି ଫିଜିକାଲି ନ୍ୟୁଡ ହେବା ମୋ ପାଇଁ ବହୁତ ସହଜ….
ମୁମ୍ବାଇ : ରଣବୀର ସିଂ ସବୁବେଳେ ତାଙ୍କ ଡ୍ରେସିଂ ସେନ୍ସସକୁ ନେଇ ଆଲୋଚନା ହୋଇଥାଏ । ହେଲେ ବର୍ତ୍ତମାନ ତାଙ୍କ ଗେଟଅପ ଚର୍ଚ୍ଚାରେ ଅଛି । ରଣବୀର ସିଂ ବିନା ପୋଷାକରେ ନିଜର ନ୍ୟୁଡ ଫଟୋ ସେୟାର କରି ନିଆଁ ଲଗାଇଛନ୍ତି । ତାଙ୍କର ଏହି ଫଟୋ ଯାହା ଭାଇରାଲ ହୋଇଛି । ରଣବୀରଙ୍କ ଏହି ଫଟୋସୁଟ ଗୁଡ଼ିକ ଏକ ମ୍ୟାଗାଜିନ ପାଇଁ କରିଛନ୍ତି । ନିକଟରେ ରଣଭୀର ଏକ ତୁର୍କୀ କାର୍ପେଟରେ ନ୍ୟୁଡ ଫଟୋ ପୋଜ୍ କରୁଥିବାର ଦେଖିବାକୁ ମିଳିଛି । ସେ ପେପର ମାଗାଜିନ ପାଇଁ ଏହି ଫଟୋସୁଟ କରିଛନ୍ତି । ଏନେଇ ସାକ୍ଷାତକାରରେ ରଣବୀର କହିଥିଲେ କି ଫିଜିକାଲି ନ୍ୟୁଡ ହେବା ମୋ ପାଇଁ ବହୁତ ସହଜ । ଆପଣ ମୋର ଆତ୍ମାକୁ ଦେଖି ପାରିବ । ସେ କେତେ ଉଲଗ୍ନ । ମୁଁ ଲୋକଙ୍କ ସାମ୍ନାରେ ଉଲଗ୍ନ ହୋଇପାରେ । ଏହା ମୋ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ।