ଟିମ୍‌ ଇଣ୍ଡିଆକୁ ଝଟକା: କରୋନାରେ ଆକ୍ରାନ୍ତ ହେଲେ ରାହୁଲ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ତାଙ୍କୁ ଅଧିନାୟକ କରାଯାଇଥିଲା….

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ବ୍ୟାଟର କେଏଲ ରାହୁଲ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସର୍ଜରୀ ପରେ ବେଙ୍ଗାଲୁରୁ ସ୍ଥିତି ଏନସିଏରେ ଥିବା ରାହୁଲଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସଛି । ଆସନ୍ତା ୨୯ରୁ ୱେଷ୍ଟଇଣ୍ଡିିଜ ବିପକ୍ଷ ଟି-୨୦ ସ୍କ୍ୱାଡରେ ରାହୁଲ ରହିଥିଲେ । ହେଲେ ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଗସ୍ତକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ତାଙ୍କୁ ଅଧିନାୟକ କରାଯାଇଥିଲା । ହେଲେ ଆହତ କାରଣରୁ ସେ ସିରିଜରୁ ବାଦ ପଡ଼ିଥିଲେ ।