ଅସ୍ତ୍ର ରଖିବାକୁ ଲାଇସେନ୍ସ ଆବେଦନ କଲେ ଭାଇଜାନ

ଅସ୍ତ୍ର ରଖିବାକୁ ଲାଇସେନ୍ସ ଆବେଦନ କଲେ ଭାଇଜାନ….

ମୁମ୍ବାଇ: ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯାଉଛି । ତେବେ ନିଜ ସୁରକ୍ଷା ପାଇଁ ନିଜ ପାଖରେ ଅସ୍ତ୍ର ରଖିବାକୁ ମୁମ୍ବାଇ ପୁଲିସ ଠାରୁ ଅନୁମତି ମାଗିଛନ୍ତି ସଲମାନ । ନିଜ ସୁରକ୍ଷା ପାଇଁ ଅସ୍ତ୍ର ରଖିବାକୁ ଲାଇସେନ୍ସ ଦେବାକୁ ସଲମାନ ମୁମ୍ବାଇ ପୁଲିସ ପାଖରେ ଆବେଦନ କରିଛନ୍ତି । ଗତ ମାସରେ ସଲମାନ ଓ ତାଙ୍କ ବାପା ସଲୀମ ଖାନଙ୍କୁ ହତ୍ୟା କରାଯିବା ନେଇ ଏକ ଚିଠି ମିଳିଥିଲା । ଏହାପରେ ମହାରାଷ୍ଟ୍ର ସରକରା ସଲମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ତେବେ ଏହି ଘଟଣା ପରେ ନିଜ ସୁରକ୍ଷା ପାଇଁ ପାଖରେ ଅସ୍ତ୍ର ରଖିବାକୁ ପୁଲିସ ପାଖରେ ଲାଇସେନ୍ସ ପାଇଁ ଆବଦେନ କରିଥିବା ସୂଚନା ମିଳିଛି ।