ଗର୍ଭାବସ୍ଥାରେ ଶୁଟିଂ ସେଟକୁ ଫେରିଲେ ଆଲିଆ

ଆଲିଆଙ୍କ ଏହି ଫଟୋର ଦେଖିଲେ ଲାଗୁଛି କି ସେ ଏହି ସମୟରେ ବହୁତ କୁଲ ଲାଗୁଛନ୍ତି…..

ମୁମ୍ବାଇ: ନିକଟରେ ଆଲିଆ ହଲିଉଡ ଫିଲ୍ମ ‘ହାର୍ଟ ଅଫ ଷ୍ଟୋନ’ରେ ଡେବ୍ୟୁ କରି ମୁମ୍ବାଇ ଫେରିଥିଲେ । ସାମାନ୍ୟ ରେଷ୍ଟ ନେବା ପରେ ଅଭିନେତ୍ରୀ ପୁଣି ଥରେ ତାଙ୍କ ସୁଟିଂକୁ ଫେରିଛନ୍ତି । କରଣ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନି’ର ସେଟରେ ଦେଖିବାକୁ ମିଳିଛନ୍ତି ଆଲିଆ-ରଣବୀର । ଯାହାକୁ ନେଇ ଦୁହେଁ ଖୁବ ବ୍ୟସ୍ତ ଅଛନ୍ତି । ଆଲିଆଙ୍କ ଏହି ଫଟୋର ଦେଖିଲେ ଲାଗୁଛି କି ସେ ଏହି ସମୟରେ ବହୁତ କୁଲ ଲାଗୁଛନ୍ତି । ନିକଟରେ, ଆଲିଆ ଲଣ୍ଡନରୁ ଫେରିବାବେଳେ ତାଙ୍କ ବେବି-ବମ୍ପ ପୂର୍ଣ୍ଣ ଭାବରେ ଦେଖାଯାଉଥିଲା ।