ପୂଣ୍ଣାଙ୍ଗ ଘରୋଇ ସିଜିନ ଆୟୋଜନ କରିବ ବିସିସିଆଇ
ଦୁଲୀପ ଟ୍ରଫିରେ ସାଧାରଣତଃ ୫ଟି ଜୋନର ଦଳ ନକଆଉଟ ପର୍ଯ୍ୟାୟରେ ଭାଗ ନେଇଥାନ୍ତି….
ନୂଆଦିଲ୍ଲୀ : ବିସିସିଆଇ ଆଗାମୀ ୨୦୨୨-୨୩ରେ ପୂର୍ଣ୍ଣାଙ୍ଗ ଘରୋଇ ସିଜନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଆସନ୍ତା ସିଜନରେ ପୂର୍ଣ୍ଣ ରଣଜୀ ଟ୍ରଫି ସମେତ ଦୁଲୀପ ଟ୍ରଫି ଓ ଇରାନୀ କପ ଖେଳାଯିବ । ମହାମାରୀ ଯୋଗୁ ବିସିସିଆଇ ରଣଜୀ ଟ୍ରଫିକୁ ଛୋଟ କରିବାକୁ ବାଧ୍ୟ ହୋଇଥିଲା । ବିସିସିଆଇ ଦୁଲୀପ ଟ୍ରଫିରୁ ଘରୋଇ ସିଜନ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଦୁଲୀପ ଟ୍ରଫିରେ ସାଧାରଣତଃ ୫ଟି ଜୋନର ଦଳ ନକଆଉଟ ପର୍ଯ୍ୟାୟରେ ଭାଗ ନେଇଥାନ୍ତି । ସେହିପରି ଇରାନୀ କପ ମ୍ୟାଚ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି । ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ବ୍ୟତୀତ ସୟଦ ମୁସ୍ତାକ ଅଲି ଟ୍ରଫି, ବିଜୟ ହଜାରେ ଟ୍ରଫି ଏବଂ ରଣଜୀ ଟ୍ରଫି ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା ।