ଭାରତ-ବଙ୍ଗଳାଦେଶ ସୀମାରୁ ୨୧ କୋଟି ଟଙ୍କାର ସୁନା ଜବତ

ସୂଚନା ଅନୁସାରେ ଚାଲାଣକାରୀ ବାଂଲାଦେଶ ସୀମା ପାର କରି ସୁନା ଆଣିବାକୁ ଚେଷ୍ଟା କରୁଥିଲେ…

କୋଲକାତା : ଭାରତ-ବାଂଲାଦେଶ ସୀମାରେ ନିୟୋଜିତ ବିଏସଏଫ ସବୁଠୁ ବଡ଼ ସୁନା ସାମଗ୍ରୀ ଜବତ କରିଛି । ବିଏସଏଫ ପକ୍ଷରୁ କୁହାଯାଇଛି ଯେ, ସୀମା ପୋଷ୍ଟ ନିକଟରେ ୪୧.୪୯ କିଲୋଗ୍ରାମ ସୁନା ଜବତ କରିଛନ୍ତି । ଏହାର ମୂଲ୍ୟ ପ୍ରାୟ ୨୧.୨୨ କୋଟି ଟଙ୍କା ବୋଲି କୁହାଯାଉଛି । ସୂଚନା ଅନୁସାରେ ଚାଲାଣକାରୀ ବାଂଲାଦେଶ ସୀମା ପାର କରି ସୁନା ଆଣିବାକୁ ଚେଷ୍ଟା କରୁଥିଲେ ।