ଦିଲ୍ଲୀରେ ଚିହ୍ନଟ ହେଲା ମଙ୍କିପକ୍ସ ମାମଲା
ଭାରତରେ କାୟା ମେଲାଉଛି ମଙ୍କିପକ୍ସ ଭୂତାଣୁ । କେରଳ, ପଞ୍ଜାବ ପରେ ଏବେ ଦେଶର….
ନୂଆଦିଲ୍ଲୀ : ଭାରତରେ କାୟା ମେଲାଉଛି ମଙ୍କିପକ୍ସ ଭୂତାଣୁ । କେରଳ, ପଞ୍ଜାବ ପରେ ଏବେ ଦେଶର ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା । ଏକ ୩୧ ବର୍ଷୀୟ ବ୍ୟକ୍ତି ମଙ୍କିପକ୍ସ ସଂକ୍ରମିତ ହୋଇଛନ୍ତି । ଏହା ପରେ ସ୍ଥାନୀୟ ମହଲରେ ଭୟର ବାତାବରଣ ଖେଳିଯାଇଛି । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ବେଳେ ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଯାଞ୍ଚ ଚାଲିଛି । ସଂକ୍ରମିତଙ୍କ ଠାରେ ଜ୍ୱର ରହିଥିବା ବେଳେ ତାଙ୍କ ଚମଡାରେ ଧଳା ଦାଗ ଦେଖିବାକୁ ମିଳିଛି । ଏହାପରେ ତାଙ୍କ ନମୂନା ପରୀକ୍ଷା ପାଇଁ ପୁଣେ ପଠାଯାଇଥିବା ବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି ।ଦେଶରେ ଜୁଲାଇ ୧୩ ତାରିଖରେ ପ୍ରଥମ ମଙ୍କିଫକ୍ସ ଚିହ୍ନଟ ହୋଇଥିଲା ।