ଦୁର୍ନିତୀରେ ରେକର୍ଡ ଭାଙ୍ଗିଛି ଟିଏମସି: ଅନୁରାଗ ଠାକୁର

ଟିଏମସିର କ୍ଷମତାଶାଳୀ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫ ପରେ ମମତା ବାନାର୍ଜୀଙ୍କୁ..

ନୂଆଦିଲ୍ଲୀ : ଟିଏମସିର କ୍ଷମତାଶାଳୀ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫ ପରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ମମତା ଦୁର୍ନିତୀର ରେକର୍ଡ ପାର କରିଥିବା ସହ ଟିଏମ୍‌ସି ଦୁର୍ନିତୀର ପର୍ବତ ବୋଲି କହିଛନ୍ତି ଅନୁରାଗ । ସେ ଆହୁରି କହିଛନ୍ତି ଯେ ମମତାଙ୍କ ଶାସନ ସମୟର ଚିଟ ଫଣ୍ଡ ଦୁର୍ନିତୀ ଏବଂ କୋଇଲା ଦୁର୍ନିତୀ ହୋଇଥିଲା, ଆଉ ବର୍ତ୍ତମାନ ଶିକ୍ଷକ ନିଯୁକ୍ତି କ୍ଷେତ୍ରେର ଦୁର୍ନିତୀ ସାମ୍ନାକୁ ଆସିଛି । ଯଦି ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଠାରୁ ୨୧ କୋଟି ଟଙ୍କା ଜବତ ହେଉଛି ତେବେ ଅନୁମାନ କରନ୍ତୁ କେତେ ବଡ ବଡ ଦୁର୍ନିତୀ ହୋଇପାରେ । ସେ ଅଭିଯୋଗ କରିଛନ୍ତି ମମତାଙ୍କ ସରକାରରେ ଘୋର ଦୁର୍ନିତୀ ଚାଲିଛି । ଟିଏମସି ଓ ଆମ ଆଦମି ପାର୍ଟି ମଧ୍ୟରେ ପ୍ରତିଯୋଗିତା ଚାଲିଛି କିଏ ଅଧିକ ଦୁର୍ନିତୀ କରିପାରୁଛ । ଶନିବାର ପଶ୍ଚିମବଙ୍ଗରେ ସ୍କୁଲ ସର୍ଭିସ କମିଶନ ନିଯୁକ୍ତି ଦୁର୍ନିତୀ ମାମଲାରେ ମମତା ସରକାରର ଅନ୍ୟତମ କ୍ଷମତାଶାଳୀ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଥିଲା ।