ମଙ୍କିପକ୍ସକୁ ଗୁରୁତର ସହ ନେଲା ଡବ୍ଲ୍ୟୁଏଚଓ

ମଙ୍କିପକ୍ସ ମାମଲା ବିଶ୍ୱରେ ବଢିବାରେ ଲାଗିଛି । ଏହାକୁ ଗୁରୁତର ସହ ନେଇଛି….

ନୂଆଦିଲ୍ଲୀ : ମଙ୍କିପକ୍ସ ମାମଲା ବିଶ୍ୱରେ ବଢିବାରେ ଲାଗିଛି । ଏହାକୁ ଗୁରୁତର ସହ ନେଇଛି ଡବ୍ଲ୍ୟୁଏଚଓ । ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛି ଡବ୍ଲ୍ୟୁଏଚଓ । ସଂକ୍ରମଣ ରୋକିବା ପାଇଁ ଡବ୍ଲ୍ୟୁଏଚଓର ନିର୍ଦ୍ଦେଶକ ଡା. ଟେଡ୍ରସ ଏହି ଘୋଷଣା କରିଛନ୍ତି । ଏକ ଜରୁରୀ ବୈଠକରେ ମଙ୍କିପକ୍ସ ସଂକ୍ରମଣକୁ ଏକ କ୍ୟାଟେଗୋରୀ କରିବା ପାଇଁ ଡବ୍ଲ୍ୟୁଏଚଓକୁ ପରାମର୍ଶ ଦେଇଥିଲେ । ସୂଚନାଥାଉକି ବର୍ତ୍ତମାନ ୭୫ ଦେଶରେ ମଙ୍କିପକ୍ସ ସଂକ୍ରମଣ ବ୍ୟାପିଯାଇଛି । ଭାରତରେ ମଧ୍ୟ ୩ଟି କେସ ସାମ୍ନାକୁ ଆସିସାରିଛି । କରୋନା ଭଳି ଏହା ମହାମାରୀର ରୂପ ନେବା ପୂର୍ବରୁ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ଘୋଷଣା କରିଛି ଡବ୍ଲ୍ୟୁଏଚଓ ।