ରଣବୀରଙ୍କ ନ୍ୟୁଡ ଫଟୋସୁଟକୁ ନେଇ ଦୀପିକାଙ୍କ ପ୍ରତିକ୍ରିୟା

ମାଗାଜିନ ପାଇଁ ଅଭିନେତା ରଣବୀର ସିଂହ କରିଥିବା ନ୍ୟୁଡ ଫଟୋସୁଟକୁ…

ମୁମ୍ବାଇ: ମାଗାଜିନ ପାଇଁ ଅଭିନେତା ରଣବୀର ସିଂହ କରିଥିବା ନ୍ୟୁଡ ଫଟୋସୁଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ରଣବୀରଙ୍କ ଏହି ଫଟୋସୁଟକୁ ନେଇ ତାଙ୍କ ପତ୍ନୀ ଦୀପିକା ପ୍ରତିକ୍ରିୟା ଦେଇଛନ୍ତି । ଜାଣିବାକୁ ମିଳିଛି ଯେ ରଣବୀର ଏହି ସୁଟ ପାଇଁ ଅନେକ ଦିନ ତଳୁ ପ୍ରସ୍ତୁତ ଥିଲେ । ତାଙ୍କ ପତ୍ନୀ ଦୀପିକା ତାଙ୍କୁ ଏହି ଫଟୋସୁଟ ପାଇଁ ଉତ୍ସାହିତ କରିବା ସହ ସୁଟ ସମୟରେ ରଣବୀରଙ୍କ ସହ ଉପସ୍ଥିତ ଥିଲେ । ଏହି ଫଟୋସୁଟ ବି ସେ ଦୀପିକାଙ୍କ ଅନୁମତି ନେଇ କରିଥିଲେ । ମୋଟାମୋଟି କହିବାକୁ ଗଲେ ରଣବୀରଙ୍କ ଏହି ନଗ୍ନ ଫଟୋସୁଟକୁ ନେଇ ଦୀପିକାଙ୍କର କୌଣସି ଅପତ୍ତି ନାହିଁ । ଉଲ୍ଲେଖଯୋଗ୍ୟ, ଏହି ଅଭିନେତା ନ୍ୟୁଡ୍‌ ଫଟୋସୁଟ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି ।