ୟୁଏନଏସିଇରେ ଭାରତର ସ୍ଥାୟୀ ସଦସ୍ୟତାକୁ ଚୀନର ବିରୋଧ
ଏହି ପ୍ରସଙ୍ଗକୁ ସବୁ ସ୍ତରରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ବୈଠକରେ ଲଗାତାର ଉଠାଯାଉଛି…..
ନୂଆଦିଲ୍ଲୀ : ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ଅସ୍ଥାୟୀ ଆସନ ଲାଗି ଭାରତର ସଦସ୍ୟତାକୁ ସମର୍ଥନ କରିଛନ୍ତି । ୟୁଏନଏସିଇର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଆମେରିକା, ରୁଷ, ଫ୍ରାନସ, ଚୀନ ଏବଂ ୟୁଏନ କିଙ୍ଗଡମ ଥିବାବେଳେ ଚୀନକୁ ବାଦଦେଇ ଅନ୍ୟ ସମସ୍ତ ଦେଶମାନେ ଭାରତର ସଦସ୍ୟତାକୁ ସମର୍ଥନ କରିଛନ୍ତି ବୋଲି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ବି ମୂରଲୀଧରନ ସୂଚନା ଦେଇଛନ୍ତି । ଏହି ପ୍ରସଙ୍ଗକୁ ସବୁ ସ୍ତରରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ବୈଠକରେ ଲଗାତାର ଉଠାଯାଉଛି ।
ସେ କହିଥିଲେ ଯେ ଗତବର୍ଷ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ପ୍ରଥମ ବ୍ୟକ୍ତିଗତ ଦ୍ୱିପାକ୍ଷିକ ବୈଠକ ସମୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏବଂ ପରମାଣୁ ଉତ୍ପାଦନକାରୀ ଗୋଷ୍ଠୀରେ ଭାରତର ସ୍ଥାୟୀ ସଦସ୍ୟତା ଲାଗି ଆମେରିକା ସମର୍ଥନ ଦେବ ବୋଲି ଘୋଷଣା କରିଥିଲେ ।