ମହାମାରୀ ସତ୍ତେ୍ୱ କୋଟି କୋଟି ଟଙ୍କା ଆୟ କରିଛି ବିସିସିଆଇ
ତେବେ ଏହା ପରେ ବି ବିସିସିଆଇକୁ ଲାଭ ଆଶାଠାରୁ ଅଧିକ ରହିଛି….
ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଅନେକ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ବାତିଲ ହୋଇଛି । ଗତ ଦୁଇ ବର୍ଷରେ କରୋନା ମହାମାରୀ ସମୟରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପ୍ରଭାବିତ ହୋଇଛି । ଏହାସହ ଅନେକ ମ୍ୟାଚ ବାୟୋବବଲରେ ଖେଳା ଯାଇଥିଲା । ତେବେ ଏହା ପରେ ବି ବିସିସିଆଇକୁ ଲାଭ ଆଶାଠାରୁ ଅଧିକ ରହିଛି । ଆଇପିଏଲ ମିଡିଆ ରାଇଟ୍ସରୁ ବିସିସିଆଇକୁ ବଡ଼ ଲାଭ ହୋଇଛି । ଏହାଛଡା ୨୦୧୮ରୁ ୨୩ ମଧ୍ୟରେ ଦ୍ୱିପାକ୍ଷିକ ସିରିଜରୁ ଡିଜନୀ ପ୍ଲସ ହଟଷ୍ଟାରରୁ ବିସିସିଆଇକୁ ପ୍ରାୟ ୨୧୮ କୋଟି ଟଙ୍କା ଲାଭ ହୋଇଛି ।
ତେବେ ଗତ କିଛି ଦିନରେ ବିସିସିଆଇକୁ ସାମାନ୍ୟ କ୍ଷତି ମଧ୍ୟ ହୋଇଥିଲା । ୨୦୨୧ ମସିହାରେ ଆଇପିଏଲ ଭାରତରେ ଆୟୋଜନ ହୋଇଥିଲା, କିନ୍ତୁ କରୋନା ଅଧିକ ବ୍ୟାପିବା ପରେ ଶେଷ ମ୍ୟାଚ ସବୁ ୟୁଏଇରେ ଖେଳାଯାଇଥିଲା । ଏହାଛଡା ଟି-୨୦ ବିଶ୍ୱକପ ୨୦୨୧ରେ ଭାରତରେ ହେବାର ଥିଲା କିନ୍ତୁ ପରେ ଏହାର ଆୟୋଜନ ୟୁଏଇରେ ହୋଇଥିଲା । ଏଥିପାଇଁ ବିସିସିଆଇକୁ କ୍ଷତି ସହିବାକୁ ପଡ଼ିଥିଲା ।