କ୍ରିକେଟରେ ପଦକ ଆଶା ରହିଛି: ଅଞ୍ଜୁମ

ପ୍ରଥମ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କ୍ରିକେଟ ସାମିଲ..

ନୂଆଦିଲ୍ଲୀ : ପ୍ରଥମ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କ୍ରିକେଟ ସାମିଲ ହୋଇଛି । ଭାରତ ଗ୍ରୁପ-ଏ’ରେ ଅଷ୍ଟ୍ରେଲିଆ, ବାର୍ବାଡସ ଓ ପାକିସ୍ତାନ ସହ ରହିଛି । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ ସେମି ଫାଇନାଲକୁ ଉନ୍ନୀତ ହେବେ । ଭାରତୀୟ ମହିଳା ଦଳ ପଦକ ଜିତିବ ବୋଲି ଆଶା ରଖିଛନ୍ତି ପୂର୍ବତନ ଅଧିନାୟିକା ଅଞ୍ଜୁମ ଚୋପ୍ରା । ସେ କହିଛନ୍ତି, ଭାରତର ପୂର୍ବ ପ୍ରଦର୍ଶନ ଭଲ ରହିଛି । ସେହି ଆଧାରରେ ଦଳ ପଦକ ଦାବିଦାର । ହର୍ମନପ୍ରୀତ କୌରଙ୍କ ବ୍ୟାଟିଂରେ ବହୁ ଉନ୍ନତି ଘଟିଛି । ଦଳ ଚାପରେ ରହିବା ଅନୁଚିତ । ପୂର୍ବରୁ ବଡ଼ ବଡ଼ ଦଳ ବିପକ୍ଷରେ ଆମ ଦଳ ଭଲ କରିଛି । ଆସନ୍ତା ୨୯ରେ ଭାରତ ତା’ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ।