ଟିଏମସିର ୩୮ ବିଧାୟକ ବିଜେପି ସମ୍ପର୍କରେ ଅଛନ୍ତି: ମିଥୁନ

ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀ ଏକ ବଡ ଦାବି…

କୋଲକାତା: ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀ ଏକ ବଡ ଦାବି କରିଛନ୍ତି । ମିଥୁନ କହିଛନ୍ତି ଯେ, ଟିଏମସିର ୩୮ ବିଧାୟକ ବିଜେପି ସମ୍ପର୍କରେ ରହିଛନ୍ତି । ୨୧ ବିଧାୟକଙ୍କ ସହ ମୁଁ ନିଜେ କଥା ହୋଇଛି । ମିଥୁନ ଆହୁରି କହିଛନ୍ତି ଯେ, ବିଜେପି ଦଙ୍ଗା କରୁଛି ବୋଲି ସବୁବେଳେ ଅଭିଯୋଗ ହେଉଛି । ମୋତେ ଏମିତି ଗୋଟିଏ ଘଟଣା ଦେଖାନ୍ତୁ ଯେଉଁଥିରେ ବିଜେପି ଦଙ୍ଗାରେ ସାମିଲ ଥିବା ନେଇ ଜଣାପଡିବ ।