ହସ୍ପିଟାଲ ରାସ୍ତାରେ କାନ୍ଦି ପକାଇଲେ ଅର୍ପିତା ମୁଖାର୍ଜୀ
ତାଙ୍କ ଦଳରୁ ବହିଷ୍କାର କରାଯାଇଥିବା କଥା ପଚାରିବାରୁ ସେ କିଛି ଉତ୍ତର ଦେ ନଥିଲେ….
କୋଲକାତା : ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଜୋକା ‘ଇଏସଆଇ’ ହସ୍ପିଟାଲକୁ ନିଆଯାଉଥିଲାବେଳେ ଅର୍ପିତା ମୁଖାର୍ଜୀ କାନ୍ଦି ପକାଇଥିଲେ । ସୂଚନା ମୁତାବକ ଡାକ୍ତରଖାନାକୁ ଆସିଥିବା ଅର୍ପିତା କାର୍? ନ ଓହ୍ଲାଇବାରୁ ତାଙ୍କ ଜବରଦସ୍ତି କାର୍?ରୁ ଟାଣି ବାହାର କରିଯିବାରୁ ସେ ତଳେ ପଡ଼ିଯାଇଥିଲା । କୁହାଯାଉଛି ତାଙ୍କ ଗୋଡ଼ରେ ଆଘାତ ଲାଗିବାରୁ ସେ ଚାଲି ନ ପାରି ଡାକ୍ତରଖାନାର ଏମରଜେନ୍ସି ଡିପାର୍ଟମେଣ୍ଟ ସମ୍ମୁଖରେ ବସି ପଡ଼ିଥିଲେ । ଏହାପରେ ତାଙ୍କୁ ପୁଣି ଜବରଦସ୍ତି ହୁଇଲ୍? ଚେୟାରରେ ବସାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସୂଚନାଯୋଗ୍ୟ ୪୮ ଘଣ୍ଟା ମଧ୍ୟରେ ପାର୍ଥ ଓ ଅର୍ପିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ନିମିତ୍ତ କୋଲକାତା ହାଇକୋର୍ଟ ଆଦେଶ ଦେଇଥିବାରୁ ଆଜି ଉଭୟଙ୍କୁ ଭିନ୍ନ ଭିନ୍ନ କାର୍?ରେ ଜୋକା ଇଏସଆଇ ହସ୍ପିଟାଲକୁ ଅଣାଯାଇଥିଲା । ସେହିପରି ପାର୍ଥଙ୍କୁ ନେଇ ଜୋକା ଇଏସଆଇକୁ ଆସୁଥିବା କାର୍?ଟି ମା’ ସେତୁ ଉପରେ କିଛି ସମୟ ପାଇଁ ଅଟକି ଯାଇଥିଲା । ମାସ୍କ ପିନ୍ଧି ସେ କାରରେ ଚୁପଚାପ ବସିଥିଲେ । ତାଙ୍କ ଦଳରୁ ବହିଷ୍କାର କରାଯାଇଥିବା କଥା ପଚାରିବାରୁ ସେ କିଛି ଉତ୍ତର ଦେ ନଥିଲେ ।