ନୂଆଦିଲ୍ଲୀ: ଚଳିତ କମନୱେଲଥ ଗେମ୍ସ ୨୦୨୨ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ମହିଳା ଟେବୁଲ ଟେନିସ ଇଭେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ବିଜୟ ହାସଲ କରିଛି । ମନିକା ବାତ୍ରାଙ୍କ ନେତୃତ୍ୱରେ ଭାରତ, ପ୍ରତିଯୋଗିତାରେ ପ୍ରଥମ ବିଜୟର ସ୍ୱାଦ ଚାଖିଛ । ମହିଳା ଟେବୁଲଟେନିସ ଇଭେଣ୍ଟରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ହରାଇଛି ଭାରତ । ମନିକାଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଶ୍ରୀଜା ମଧ୍ୟ ଡାନିସା ପଟେଲଙ୍କୁ ସିଧାସଳଖ ସେଟରେ ୧୧-୫, ୧୧-୩, ୧୧-୬ରେ ହରାଇଛନ୍ତି ।