ଶ୍ରୀଲଙ୍କା ପରେ ଏବେ ସଙ୍କଟରେ ପାକିସ୍ଥାନ

କିନ୍ତୁ ସବୁଠାରୁ ବଡ଼ ସମସ୍ୟା ହେଲା ପାକିସ୍ଥାନର ବର୍ଦ୍ଧିତ ଇନ୍ଧନ ଆମଦାନୀ…..

ନୂଆଦିଲ୍ଲୀ : ଶ୍ରୀଲଙ୍କା ପରେ ପାକିସ୍ଥାନର ଅର୍ଥନୀତିର ସ୍ଥିତି ଭଲ ନାହିଁ । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସାଂଘାତିକ ଭାବେ ହ୍ରାସ ପାଇଛି । ତେଣୁ ପାକିସ୍ଥାନର ଅର୍ଥନୀତି ଭୁଶୁଡ଼ିବା ଭଳି ପରିସ୍ଥିତି ଉପୁଜିଛି । ପାକିସ୍ଥାନର କେନ୍ଦ୍ରୀୟ ବ୍ୟାଙ୍କ ‘ଷ୍ଟେଟବ୍ୟାଙ୍କ ଅଫ ପାକିସ୍ଥାନ’ ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ପଠାଇଛି । ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଉଥିବାରୁ ଦେଶର ଆମଦାନୀ ପ୍ରଭାବିତ ହୋଇପାରେ ବୋଲି ଏଥିରେ କୁହାଯାଇଛି । ଏକ ରିପୋର୍ଟନୁଯାୀୟ ପାକିସ୍ଥାନର ବିଦେଶୀ ମୁଦ୍ରା ଭଣ୍ଡାର ୮.୨୪ ବ୍ରିଲିୟନ ଡଲାରକୁ ହ୍ରାସ ପାଇଛି ।

ଋଣ ଓ ସୁଧ ପରିଶୋଧ ଜାରି ରହିଥିବାରୁ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ ବଢ଼ିବା ଆଶଙ୍କା ରହିଛି । ତେଣୁ ଏଥିରୁ ବର୍ତ୍ତିବା ପାଇଁ ପାକିସ୍ଥାନର କେନ୍ଦ୍ରୀୟ ବ୍ୟାଙ୍କ ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ବନ୍ଦ କରିବାକୁ ସରକାରଙ୍କୁ କୁହାଯାଇଛି । କିନ୍ତୁ ସବୁଠାରୁ ବଡ଼ ସମସ୍ୟା ହେଲା ପାକିସ୍ଥାନର ବର୍ଦ୍ଧିତ ଇନ୍ଧନ ଆମଦାନୀ । ତେଣୁ ଆଗାମି ଦିନରେ ପାକିସ୍ଥାନ ଶ୍ରୀଲଙ୍କା ପରିସ୍ଥିତି ଭୋଗିପାରେ ବୋଲି କୁହାଯାଉଛି ।