ପୋଖରୀରେ ବୁଡ଼ି ଚାଲିଗଲା ୫ ଶିଶୁଙ୍କ ଜୀବନ
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହଗୁଡ଼ିକୁ ଜବତ କରିଥିଲା….
ଜୟପୁର : ରାଜସ୍ଥାନର ଶ୍ରୀଗଙ୍ଗାନଗର ଅନୁପ୍ରଗଡରେ ଏହି ଦୁଃଖଦ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଚାଲିଗଲା ୫ ଶିଶୁଙ୍କ ଜୀବନ । ଏହି ଶିଶୁମାନେ ବର୍ଷା ପାଣି ଜମା ହେଉଥିବା ଏହି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ସେମାନେ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ସେମାନଙ୍କ ମୃତଦେହ ପୋଖରୀ ଭିତରେ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହଗୁଡ଼ିକୁ ଜବତ କରିଥିଲା । ତେବେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । କିପରି ଏହି ଘଟଣା ଘଟିଲା ପୁଲିସ ଏହାର ତଦନ୍ତ ଚଳାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।