ବଦଳିବାକୁ ଯାଉଛି ମମତାଙ୍କ କ୍ୟାବିନେଟ

ସେହିପରି କିଛି ମନ୍ତ୍ରୀଙ୍କ ବିଭାଗ ମଧ୍ୟ ଅଦଳ ବଦଳ ହେବ….

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟ ବଦଳିବାକୁ ଯାଉଛି । ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହେବାପରେ ବିବାଦୀୟ ହୋଇପଡ଼ିଛନ୍ତି । ଏହି ବିବାଦ ଭିତରେ ସେ ନିଜର କ୍ୟାବିନେଟ ସଂପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ବେଙ୍ଗଲରେ ୭ଟି ନୂଆ ଦିଲ୍ଲା ଗଠନ ହେବ ବୋଲି କହିଛନ୍ତି ମମତା । ମମତାଙ୍କ କ୍ୟାବିନେଟରେ ୫ ଜଣ ନୂଆ ମୁହଁ ସାମିଲ ହେବେ । ସେହିପରି କିଛି ମନ୍ତ୍ରୀଙ୍କ ବିଭାଗ ମଧ୍ୟ ଅଦଳ ବଦଳ ହେବ । ମମତା କହିଛନ୍ତି, ଆମେ ଆମର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିବୁ ।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାର ତଦନ୍ତ କରି ଇଡ଼ି ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଓ ସୁନା ଜବତ କରିଛି । ଏଥିସହ ପାର୍ଥ ଓ ଅର୍ପିତାଙ୍କୁ ଗିରଫ କରିଛି । ପାର୍ଥ ଗିରଫ ହେବାପରେ ମମତା ବାନାର୍ଜୀ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ । ତେଣୁ ତାଙ୍କ ଦାୟିତ୍ୱରେ ଥିବା ବିଭାଗ ଖାଲି ପଡ଼ିଛି । ସେହିପରି ଆଉ ଜଣେ ବରିଷ୍ଠ ନେତାଙ୍କ ଦେହାନ୍ତ ଗତବର୍ଷ ହୋଇଥିଲା । ଏବେ ଏହି ସବୁ ବିଭାକୁ ପୂରଣ କରିବା ମମତା କ୍ୟାବିନେଟ ସଂପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତ ।