ଲଣ୍ଡନ : କମନୱେଲଥ ଗେମରେ ରବିବାର ଏକ ଭୀଷଣ ଦୁର୍ଘଟଣା ମଧ୍ୟ ଘଟିଥିଲା ଯେଉଁଥିରେ ଭାରତୀୟ ପ୍ରତିଯୋଗୀ ମଧ୍ୟ ଥିଲେ । ଏହି ଦୁର୍ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଭାରତୀୟ ପ୍ରତିଯୋଗୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ୧୫ କିଲୋମିଟର ସାଇକ୍ଲିଂ ସ୍କ୍ରାଚ ରେସରେ ସାଇକ୍ଲିଷ୍ଟମାନେ ପରସ୍ପର ସହ ଧକ୍କାଲାଗି ଖସି ପଡିଥିଲେ । ଏଥିରେ ୮ ଜଣ ରାଇଡର ପରସ୍ପର ସହ ଧକ୍କା ଲାଗିଥିଲେ । ଅଲିମ୍ପିକ ଚାମ୍ପିୟନ ଇଂଲଣ୍ଡର ମେଟ ଭାଲସ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ତାଙ୍କ ସହ ମେଟ ବଷ୍ଟୋକ ଓ କାନାଡା ସାଇକ୍ଲିଷ୍ଟ ଡେରେକ ଜୀ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତ ।
ଏହି ଦୁର୍ଘଟଣାରେ କେବଳ ସାଇକ୍ଲିଷ୍ଟ ନୁହନ୍ତି ଦର୍ଶକ ମଧ୍ୟ ଆହତ ହୋଇଛନ୍ତି । ସାଇକେଲ ଚାଳକ ଷ୍ଟାଡିୟମରୁ ଦର୍ଶକଙ୍କ ଗ୍ୟାଲେରୀକୁ ଛିଟିକି ପଡିବାରୁ ଦର୍ଶ ମଧ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ସ୍ଥଳର ଅତ୍ୟନ୍ତ ନିକଟରେ ଥିଲେ ଭାରତୀୟ ସାଇକ୍ଲିଷ୍ଟ ବିଶ୍ୱଜିତ ସିଂହ । ତେବେ ଠିକ ସମୟରେ ସେ ସାଇକେଲକୁ ବ୍ରେକ ଲଗାଇ ଅଟକାଇ ଦେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।