ରାଜ୍ୟରେ ୬ରୁ ଲଘୁଚାପ!

ବର୍ଷା ହେବାର ସମ୍ଭାବନା ରହିଛି ବୋଲଇ ପାଣିପାଗ ବିଭାଗ ସୂଚନା ଦେଇଛି…..

ଭୁବନେଶ୍ୱର : ରାଜ୍ୟରେ ୫ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବ । ୬/୭ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ କେତେକ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲଇ ପାଣିପାଗ ବିଭାଗ ସୂଚନା ଦେଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ ୧ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକଠାରୁ ୮ ପ୍ରତିଶତ କମ ବର୍ଷା ହୋଇଛି । ଜୁନ ମାସରେ ମାଇନସ ୩୩% ବର୍ଷା ହୋଇଛି । ହେଲେ ଜୁଲାଇରେ ୨ଟି ଲଘୁଚାପ ଯୋଗୁ ଭଲ ବର୍ଷା ହୋଇଛି ।