ଲାଲ ସିଂହ ଚଡ୍ଡାକୁ ବୟକଟ୍‌ ଦାବି

ଏଭଳି ସ୍ଥିତିରେ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଫ୍ଲପ ହେବା ସମ୍ଭାବନା ରହିଛି….

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଆସୁଛି ତାଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ । ଯେଉଁ ଆମୀରଙ୍କ ଫିଲ୍ମକୁ ଲୋକେ ଅପେକ୍ଷା କରି ବସିଥିଲେ ଆଉ ସୋଶାଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିଲା । ଆମୀରଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’କୁ ଏବେ ଫ୍ୟାନ ବୟକଟ ଦାବି କରିଛନ୍ତି । ଆସନ୍ତା ୧୧ ତାରିଖରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ଲାଲ ସିଂହ ଚଡ୍ଡାକୁ ନେଇ ନକରାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଫ୍ଲପ ହେବା ସମ୍ଭାବନା ରହିଛି । ଆମୀର ଓ କରୀନାଙ୍କ ଏହି ଫିଲ୍ମକୁ ନ ଦେଖିବା ପାଇଁ କିଛି ଲୋକ ସୋଶାଲ ମିଡିଆରେ ପ୍ରଚାର ଆରମ୍ଭ କରିଛନ୍ତି ।

ଏହି ଫିଲ୍ମ ହିନ୍ଦୁ ମାନଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ଉଠିଛି । ସେପଟେ ଏହି ବୟକ ? ନେଇ ଆମୀର ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଗୋଟିଏ ଫିଲ୍ମ ବନାଇବାକୁ ଅନେକ ଟଙ୍କା ଖର୍ଚ୍ଚ ହୁଏ । ଏଥିରେ ଜଣଙ୍କର ନୁହେଁ ଅନେକ ଲୋକଙ୍କର ପରିଶ୍ରମ ଓ ଆଶା ବାନ୍ଧି ହୋଇ ରହିଥାଏ । ଏପରି ସ୍ଥଳେ ଲାଲ ସିଂହ ଚଡ୍ଡା’ ଫିଲ୍ମକୁ ଏପରି ବିରୋଧ କରିବା ବାସ୍ତବରେ କଷ୍ଟଦାୟକ ।