ଆସନ୍ତା ୧୮ ଯାଏଁ ଜେଲରେ ରହିବେ ପାର୍ଥ-ଅର୍ପିତା

ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି…..

କୋଲକାତା : ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଜେଲରେ ରହିବେ । ଉଭୟଙ୍କୁ ପଶ୍ଚିମବଙ୍ଗ ଶିକ୍ଷ ନିଯୁକ୍ତ ମାମଲାରେ ଇଡ଼ି ଗିରଫ କରି ଜେରା କରୁଥିଲା । ତାଙ୍କର ରିମାଣ୍ଡ ସରିବା ପରେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି । ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି ।