ମୁମ୍ବାଇ : ବଡ ପରଦାରେ ଦେଖିବାକୁ ମିଳିବ ବଲିଉଡର ଚକ୍ଲେଟ ସାହିଦ କପୁର-କ୍ରିତିଙ୍କ ଯୋଡି । ପ୍ରଥମ ଥର ଏହି ଯୋଡିକୁ ପରଦାରେ ଦେଖିବାକୁ ମିଳିବ । ରୋବଟ୍” ସିନେମାଟି ଖୁବ୍ଶୀଘ୍ର ବଡ ପରଦାକୁ ଆସିବାକୁ ଯାଉଛି । ଖବର ଅନୁଯାୟୀ ଦିନେଶ ବିଜାନ ଏହି ରୋବଟ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି । ଯାହା ଏକ ରୋମାଣ୍ଟିକ୍ କମେଡି ସିନେମା ହେବାକୁ ଯାଉଛି । ଯେଉଁଥିରେ ସାହିଦ୍ ଓ କ୍ରିତି ଜଣେ ରୋବଟ ନଜର ଆସିବେ । ଏହି ସିନେମାରେ ଏହି ଯୋଡି କଣ କମାଲ କରିବେ ତାକୁ ନେଇ ଫ୍ୟାନ୍ସ ଖୁବ ଆଗ୍ରହର ସହିତ ଚାହିଁ ବସିଛନ୍ତି ।