ଚୀନକୁ କଡା ଚେତାବନୀ ଦେଲା ଭାରତ

ଏହି ଛଡ଼ା ପୂର୍ବ ଲଦ୍ଦାଖରେ ଅଞ୍ଚଳରେ ବାୟୁସୀମା ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି….

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଶେଷ ହୋଇଛି ସ୍ୱତନ୍ତ୍ର ରାଉଣ୍ଡ ମିଲିଟାରୀ ଆଲୋଚନା । ଭାରତ ଓ ଚୀନ ମଧ୍ୟରେ ଥିବା ବାୟୁସୀମା ନିକଟବର୍ତ୍ତୀ ଇଲାକାରେ ଚୀନର ଯୁଦ୍ଧ ବିମାନ ଉଡ଼ୁଥିବାର ଦେଖା ଦେଇଛି । ଏହି ଛଡ଼ା ପୂର୍ବ ଲଦ୍ଦାଖରେ ଅଞ୍ଚଳରେ ବାୟୁସୀମା ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି । ନିୟମ ମୁତାବକ ଏଲଏସିର ୧୦ ମିଟର ପରିଧି ମଧ୍ୟରେ କୌଣସି ଦେଶର ଯୁଦ୍ଧ ବିମାନ ଉଡ଼ାଣ ଭରି ପାରିବ ନାହିଁ ।

ତେବେ ଚୀନ ପକ୍ଷରୁ ତାହା ଉଲ୍ଲଂଘନ ହେଉଥିବା ଅଭିଯୋଗ କରିଛି ଭାରତୀୟ ସେନା । ଏହାକୁ ନେଇ ଦୁଇ ଦେଶର ସେନା ମଧ୍ୟରେ ସ୍ୱତନ୍ତ୍ର ଆଲୋଚନା ହୋଇଛି । ଆଲୋଚନା ବେଳେ ଭାରତ ସୀମାରେ ଚୀନର ଗତିବିଧିକୁ ନେଇ ଆପତ୍ତି କରିଛି । ଏଭଳି ଚେଷ୍ଟାରୁ ଦୁରେଇ ରହିବାକୁ କଡ଼ାକଡ଼ି ଭାବରେ ଭାରତ ପକ୍ଷରୁ ଚେତାଇ ଦିଆଯାଇଛି । ବର୍ତ୍ତାମାନ ଚୀନ ସହ ଅନେକ ଦେଶର ସମ୍ପର୍କ ଏତାଟା ଭଲ ନାହିଁ ।