‘ପୁଷ୍ପା’ର ରେକର୍ଡ ଭାଙ୍ଗିଲା ମହେଶ ବାବୁଙ୍କ ଫିଲ୍ମ
ଯାହାର ରେକର୍ଡ ଭାଙ୍ଗିଛି ମହେଶ ବାବୁଙ୍କ ସିନେମା ସରକାରୁ ବାରୀ ପାଟା….
ମୁମ୍ୱାଇ : ସାଉଥ ସୁପରଷ୍ଟାର ମହେଶ ବାବୁ ନିଜର ଫିଲ୍ମ ଓ ହ୍ୟାଣ୍ଡସମ ଲୁକ ପାଇଁ ବେଶ୍ ପରିଚିତ । ତାଙ୍କ ତେଲୁଗୁ ସିନେମା ଗୁଡିକର ହିନ୍ଦୀ ଡବିଙ୍ଗକୁ ବି ଅନେକ ଭଲପାଇବା ମିଳୁଛି । ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ସରକାରୁ ବାରୀ ପାଟା ରିଲିଜ୍ର ୧୨ ଦିନରେ ୨୦୦ କୋଟି ଛୁଇଁଛି । ଯାହା ସିନେମାର ଏତେ ମାତ୍ରାରେ ସଫଳତା ପରେ ଅନେକ ଆଲୋଚନା ଉଠିଛି ଯେ ଏହା ପୁଷ୍ପା ଦି ରାଇଜର ରେକର୍ଡ ଭାଙ୍ଗିଛି । ଅଲୁ ଅର୍ଜନ ଷ୍ଟାରର ଫିଲ୍ମ ‘ପୁଷ୍ପା ଦି ରାଇଜ ୧୨ ଦିନରେ ବକ୍ସ ଅଫିସରେ ୧୯୦.୮୪ କୋଟି କମାଇଥିଲା । ଯାହାର ରେକର୍ଡ ଭାଙ୍ଗିଛି ମହେଶ ବାବୁଙ୍କ ସିନେମା ସରକାରୁ ବାରୀ ପାଟା । ଏହା ୧୨ ଦିନରେ ୨୦୦ କୋଟି କ୍ଲବରେ ସାମିଲ ହୋଇ ‘ପୁଷ୍ପା’ ର ରେକର୍ଡ ଭାଙ୍ଗିଛି ।