ବିଷାକ୍ତ ମଦ ପିଇ ନଅଜଣଙ୍କ ମୃତ୍ୟୁ, ୨୮ ଅସୁସ୍ଥ

କେତେକ ରୋଗୀ ଏବେ ମଧ୍ୟ ପିଏମ୍‌?ସିଏଚ୍‌?ରେ ଭର୍ତି ଅଛନ୍ତି…..

ପାଟଣା : ବିହାରରେ ସାରଣ ଜିଲ୍ଲାର ମକେରରେ ବିଷାକ୍ତ ମଦ ପିଇବା ଦ୍ୱାରା ଏବେ ପର୍ଯ୍ୟନ୍ତ ନଅଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୮ ଅସୁସ୍ଥ ହୋଇଛନ୍ତି । ୧୫ ଲୋକଙ୍କ ଆଖି ଖରାପ ହୋଇଛି । ବିଷାକ୍ତ ମଦ ସେବନରୁ ଗୁରୁବାର ଦିନ ସାତ ଲୋକଙ୍କ ଜୀବନ ଯାଇଥିବାବେଳେ ଶୁକ୍ରବାର ସକାଳେ ଦୁଇ ଲୋକଙ୍କ ମୃତ୍ୟୁ ଘଟଣାର ପିଏମ୍‌?ସିଏଚ୍‌?ରେ ଚିକିତ୍ସା ସମୟରେ ହୋଇଛି ।

ମୃତ ଲୋକଙ୍କ ମଧ୍ୟରେ ଭେଲ୍‌?ଦି ଥାନାର ସୋନହୋ ଭାଥା ଗାଆଁର ପାରସ ମହତୋଙ୍କ ପୁଅ ଚନ୍ଦନ ମହତୋ, ମକେର ଥାନାର ଫୁଲବରିୟା ଭାଥା ନୋନିୟା ଟୋଲି ଗାଆର କାଶୀ ମହତୋଙ୍କ ପୁଅ କମଲ ମହତୋ, ଭରୋସା ମହତୋଙ୍କ ପୁଅ ଓମନାଥ ମହତୋ ଏବଂ ବିଳାସ ମହତୋଙ୍କ ପୁଅ ଚନ୍ଦେଶ୍ୱର ମହତୋ, ସକଲଦୀପ ମହତୋ, ଧନୀ ଲାଲ୍‌? ମହତୋ ଏବଂ ରାଜନାଥ ମହତୋ ଅଟନ୍ତି । କେତେକ ରୋଗୀ ଏବେ ମଧ୍ୟ ପିଏମ୍‌?ସିଏଚ୍‌?ରେ ଭର୍ତି ଅଛନ୍ତି, ଯେଉଁମାନଙ୍କ ଅବସ୍ଥା ଖରାପ ।