ସୁଜି-ମଇଦା ରପ୍ତାନୀ ଉପରେ ରୋକ

ଏହି କାରଣରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇଛନ୍ତି….

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗହମ ରପ୍ତାନୀ ଉପରେ ରୋକ ଲଗାଇବା ପରେ ମଇଦା ଏବଂ ସୁଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧୪ରୁ ଏହି ନିଷ୍ପତ୍ତି ଲାଗୁ ହେବ । ଉଲ୍ଲେଖଯୋଗ୍ୟ, ଗତ ଦୁଇ ମାସରେ ଗହମ ଏବଂ ଅଟାର ରପ୍ତାନୀ ଉପରେ ରୋକ ଲଗାଯିବା ପରେ ମଇଦା ଏବଂ ସୁଜି ରପ୍ତାନୀ ବେଶ ବୃଦ୍ଧି ପାଇଥିଲା । ଏହି କାରଣରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଦେଶରେ ଏପ୍ରିଲ ମାସରେ ଗହମରୁ ତିଆରି ଉତ୍ପାଦର ରପ୍ତାନୀ ୯୫,୦୯୪ ଟନ ଥିଲା, ଏହାର ମୂଲ୍ୟ ୩୧୪ କୋଟି ଟଙ୍କା ଥିଲା । ମେ ମାସରେ ୨୮୭ କୋଟି ଟଙ୍କାରେ ୧.୦୨ ଟନ ରପ୍ତାନୀ କରାଯାଇଥିଲା । ଡିଜିଏଫସି ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ ଅଗଷ୍ଟ ୮ରୁ ୧୪ ମଧ୍ୟରେ ସୁଜି ରପ୍ତାନୀ କରିବାକୁ ଦିଆଯିବ । ଗହମ, ଅଟାର ମୂଲ୍ୟ ପରେ ଗହମରୁ ତିଆରି ଅନ୍ୟ ଉତ୍ପାଦର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଥିଲା । ଏହାପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତ ।