ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି କଂଗ୍ରେସ ଉପରେ ଗର୍ଜିଲେ । କଳା ରଙ୍ଗ ରାଜନୀତିତକୁ କଲେ ସମାଲୋଚନା । କିଛି ଲୋକ କଳା ପୋଷାକ ପିନ୍ଧି କଳାଯାଦୁ ଖେଳାଇବା ପାଇଁ ଚାହୁଁଥିଲେ । ସେମାନେ ଭାବିଥିଲେ ଯେ କଳା ପୋଷାକ ପିନ୍ଧିଲେ ସେମାନଙ୍କ ନିରାଶା ସମାପ୍ତ ହେବ । କିନ୍ତୁ ସେମିତି କିଛି ହେବନି । ସେମାନେ ଜାଣିନାହାନ୍ତିେ ଯ ଯେତେବି ଝଡ଼ାଫୁଙ୍କା କରନ୍ତୁ, କଳାଯାଦୁ କରନ୍ତୁ, କିମ୍ୱା ଅନ୍ଧବିଶ୍ୱାସ କରନ୍ତୁ ଲୋକମାନେ ସେସବୁ ଉପରେ ଭରସା କରିବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଏହି ଲୋକମାନେ ନକାରାତ୍ମକ ଭ୍ରମରେ ଫସିଯାଇଛନ୍ତି ।
ସରକାରଙ୍କ ବିରୋଧରେ ମିଛ କହିବା ପରେ ମଧ୍ୟ ସରାକାର ସେମାନଙ୍କ ଉପରେ ଭରସା କରିବେ ନାହିଁ । ଏବେ ଏହି ଲୋକମାନେ କଳାଯାଦୁ ଆଡ଼କୁ ମୁହାଁଉଛନ୍ତି । ସୂଚନାଥାଉକି, ଅଗଷ୍ଟ ପାଞ୍ଚରେ କଂଗ୍ରେସ ନେତାମାନେ କଳା ପୋଷାକ ପିନ୍ଧି ସଂସଦ ଭବନରେ ପହଞ୍ଚିଥିଲେ । ଏହାପରେ ରାଜରାସ୍ତାକୁ ଆସି ଦରଦାମ ବୃଦ୍ଧି, ବେକାରି ସମସ୍ୟା ବିରୋଧରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିଲା ।