ୟୁଏଇରେ ନିର୍ମାଣ ହେବ ଭବ୍ୟ ମନ୍ଦିର

ଏହି ମନ୍ଦିରରେ ୧୬ ଦେବାଦେବୀଙ୍କର ମୂର୍ତ୍ତି ସ୍ଥାପନା ସହିତ ଅନ୍ୟ ଧାର୍ମିକ କାର୍ଯ୍ୟକଳାପ ପାଇଁ ଗୋଷ୍ଠୀକେନ୍ଦ୍ର ରହିବ….

ନୂଆଦିଲ୍ଲୀ : ଦୁବାଇରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି । ଯାହା ଏବେ ବିଶ୍ୱରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଅକ୍ଟୋବର ୫ ତାରିଖରୁ ଏହି ମନ୍ଦିର ଖୋଲାଯିବ । ଏହି ମନ୍ଦିରରେ ୧୬ ଦେବାଦେବୀଙ୍କର ମୂର୍ତ୍ତି ସ୍ଥାପନା ସହିତ ଅନ୍ୟ ଧାର୍ମିକ କାର୍ଯ୍ୟକଳାପ ପାଇଁ ଗୋଷ୍ଠୀକେନ୍ଦ୍ର ରହିବ । ରିପୋର୍ଟ ମୁତାବକ ସିନ୍ଧୁ ଗୁରୁ ଦରବାର ମନ୍ଦିରର ଟ୍ରଷ୍ଟି ରାଜୁସ୍ରଫ କହିଛନ୍ତି ଯେ ଚଳିତ ବର୍ଷ ଦଶହରା ଅବସରରେ ଏହି ମନ୍ଦିର ଜନସାଧାରଣଙ୍କ ଲାଗି ଖୋଲାଯିବ ।