ଯାଦବ ଓ ଅତି ପଛୁଆ ବର୍ଗଙ୍କୁ ମିଳିବ ମନ୍ତ୍ରୀପଦ

ବିହାରରେ ନିତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଆରଜେଡ଼ି ନେତା

ପାଟଣା : ବିହାରରେ ନିତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଆରଜେଡ଼ି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏବେ ସମସ୍ତଙ୍କ ନଜର ମନ୍ତ୍ରୀମଣ୍ଡଳ ଗଠନ ଉପରେ ରହିଛି । ଏପଟେ ମନ୍ତ୍ରୀ କିଏ ହେବେ ତାହା ନେଇ ମନ୍ଥନ ଆରମ୍ଭ ହୋଇଯାଇଛି । ଜାତୀୟ ସମୀକରଣକୁ ଦୃଷ୍ଟିରେ ରଖି ମନ୍ତ୍ରୀ ନିଆଯିବ । ପ୍ରକାଶ ଯେ ଆରଜେଡ଼ି କୋଟାରୁ ସବୁଠାରୁ ଅଧିକ ମନ୍ତ୍ରୀ ସ୍ଥାନ ପାଇବେ । ଏଥିଲାଗି ସମ୍ଭାବିତ ନାମ ତାଲିକା ପାର୍ଟି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପାଖକୁ ପଠାଯିବ । ଯେଉଁଥିରେକି ଚୂଡ଼ାନ୍ତ ମୋହର ଲାଗିବ । ନୂଆ ସରକାରରେ ଯାଦବ ଅତି ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ସମୁଦାୟରୁ ଆସୁଥିବା ମନ୍ତ୍ରୀମାନଙ୍କର ସଂଖ୍ୟା ଅଧିକ ହେବ । ଜେଡ଼ିୟୁ କୋଟାରୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ବାଦ ଦେଲେ ୧୨ ଜଣ ମନ୍ତ୍ରୀ ରହିବେ । ଯେତେବେଳେ କି ଆର୍‌ଜେଡ଼ି କୋଟାରୁ ୧୫ ଜଣ ମନ୍ତ୍ରୀ ଶପଥ ନେବେ । କଂଗ୍ରେସକୁ ୪ଟି ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଛି । ହମ୍‌ରୁ ଜଣେ ମନ୍ତ୍ରୀ ହେବେ । ଜେଡ଼ିୟୁ ସମର୍ଥିତ ସ୍ୱାଧୀନ ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି । ଅଗଷ୍ଟ ୧୬ରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ ବୋଲି ସୂତ୍ରରୁ ପ୍ରକାଶ ।