ଟିଉସନ୍‌ରୁ ଘରକୁ ଫେରିବା ବାଟରେ ନାବାଳିକାଙ୍କୁ ଗୁଳି

ଭିଡିଓଟି ଭାଇରାଲ୍‌ ହେବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି….

ପାଟନା: ବିହାର ରାଜଧାନୀ ପାଟନାରେ ଜଣେ ପରିବା ବେପାରୀଙ୍କ ଝିଅକୁ ଅତି ନିକଟରୁ ଗୁଳି କରି ମାରି ଦିଆଯାଇଛି । ଘଟଣାଟି ପାଟନାର ସିପାରା ଅନ୍ତର୍ଗତ ଇନ୍ଦ୍ରପୁରୀରେ ଘଟିଛି । ସୂଚନା ମୁତାବକ ନାବାଳିକା ଜଣକ ଟିଉସନ୍‌ ସାରି ଘରକୁ ଫେରୁଥିବା ବାଟରେ ଜଣେ ଯୁବକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଯୁବକଟି ନାବାଳିକାଙ୍କ ବାଟ ଓଗାଳିଥିଲା; ମାତ୍ର ନାବାଳିକା ଯୁବକଙ୍କ ଆଚରଣରେ ପ୍ରତିକ୍ରିୟା ପ୍ରକାଶ ନକରି ବାଟ କାଟି ଆଗକୁ ଚାଲିଯାଇଥିଲେ । ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଭିଡିଓରୁ ଜଣାଯାଏ, ଯୁବକଟି ନାବାଳିକାଙ୍କୁ ଅନୁସରଣ କରୁଥିଲା ବେଳେ ହଠାତ୍‌ ନାବାଳିକାଙ୍କ ବେକ ପାଖରେ ରିଭଲଭର ଲଗାଇ ଗୁଳି କରୁଛନ୍ତି । ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ନାବାଳିକା ଜଣକ ଚିକ୍ରାର କରୁଥିଲା ବେଳେ ଆତତାୟୀ ଜଣକ ଘଟଣାସ୍ଥଳରୁ ଦୌଡ଼ି ଦୌଡ଼ି ପଳାଉଥିବାର ଦେଖାଯାଉଛି । ଭିଡିଓଟି ଭାଇରାଲ୍‌ ହେବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।