ରାଶିଫଳ ଶନିବାର : ଏହି ଛଅଟି ରାଶି ପାଇଁ ଆଜି ଅତ୍ୟନ୍ତ ଶୁଭ ଦିନ

Horoscope-Saterday-20-08-2022

ମେଷ : ନିଜ ସ୍ୱାସ୍ଥ୍ୟକୁ ନେଇକି ଅଧିକ ଚିନ୍ତା କରନ୍ତୁ ନାହିଁ,କାରଣ ଆପଣଙ୍କ ରୋଗ ଆହୁରି ଖରାପ ହୋଇ ପାରେ | ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ | ଘରେ ଉଲ୍ଲାସର ପରିବର୍ତନ ଥିବା ଯାହା ଆପଣଙ୍କ ଚାପକୁ କମ କରି ଦେବ | ଆପଣ ଏହାର ପୁର୍ଣ ରୂପେ ସହଭାଗି ହୁଅନ୍ତୁ ଓ କେବଳ ମୁକ ଦର୍ଶକ ହୋଇ କିଛି ଲାଭ ମିଳିବ ନାହିଁ | କେହି ଆପଣଙ୍କୁ ଆପଣଙ୍କ ପ୍ରେମଠୁ ଅଲଗା କରି ପାରିବ ନାହିଁ | ଆଜି ଆପଣ ସବୁ କାମଦାମ ଛାଡି ପରିବାର ସହିତ ସମୟ କାଟିବାକୁ ପସନ୍ଦ କରିବେ | ପରିବାରବର୍ଗ ମଧ୍ୟ ଏଥିରେ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ହେବେ | ଆଜି ଆପଣ ନିଜର ଜୀବନର କିଛି ସ୍ମରଣୀୟ ସନ୍ଧ୍ୟା ଭିତରୁ ଗୋଟେ ନିଜର ଜୀବନ-ସାଥୀ ସହିତ ବିତାଇ ପାରନ୍ତି | କାହାକୁ କିଛି ନକହି ଆଜି ଘରେ କିଛି ଛୋଟ-ମୋଟ ପାର୍ଟି କରିପାରନ୍ତି |

ବୃଷ : ପରିବାରର କିଛି ଲୋକଙ୍କ ଇର୍ସା କରିବା ସ୍ଵଭାଵ ଆପଣଙ୍କ ପାଇଁ ବିରକ୍ତ ହେବାର କାରଣ ହୋଇ ପାରେ | କିନ୍ତୁ ନିଜର ଶାନ୍ତି ଭଙ୍ଗ କରିବାର ଆବଶ୍ୟକତା ନାହିଁ,ନହେଲେ ସ୍ତିତି ଖରାପ ହୋଇ ପାରେ | ମନେ ରଖନ୍ତୁ, ଯାହାକୁ ସୁଧାରି ହୁଏନି, ତାକୁ ସ୍ୱୀକାର କରିବା ହିଁ ଭଲ | ବିଗତ ଦିନରେ ଆପଣ ଯେଉଁ ଧାନ ବିନିଯୋଗ କରିଥିଲେ ଏବେ ତାହା ଆପଣଙ୍କୁ ଲାଭ ଦେବ | ଆପଣଙ୍କୁ ଆପଣଙ୍କ ଶେଷ ସମୟ ଛୁଆଙ୍କ ସହିତ ଖର୍ଛ କରିବା କଥା, ତାହା ପାଇଁ ଆପଣଙ୍କୁ କିଛି ବିଶେଷ ବି କରିବାକୁ ପଡି ପାରେ | ପ୍ରେମର ଦୃଷ୍ଟିରୁ ଯଦି ଆପଣ ଦେଖିବେ ତାହେଲେ ଜୀବନର ରସର ପୁରା ଆନନ୍ଦ ନେବାର ସଫଳ ରହିବେ | ଆପଣ ଆପଣଙ୍କର ପିଲାମାନଙ୍କୁ ସମୟର କିପରି ସଦୁପଯୋଗ କରାଯିବାର ଉପଦେଶ ଦେଇପାରନ୍ତି | ବୈବାହିକ ଜୀବନ ଦୃଷ୍ଟିରୁ ଉତ୍ତମ ଦିନ ଅଟେ | ସାଙ୍ଗରେ ଗୋଟେ ଭଲ ସନ୍ଧ୍ୟା ବିତେଇବାର ଯୋଜନା ବନାନ୍ତୁ | ଆପଣଙ୍କ ପିତାଙ୍କ ସହିତ ଆଜି ଆପଣ ବନ୍ଧୁଭାବ ସହ କଥା ହୋଇପାରନ୍ତି | ଏହା ତାଙ୍କୁ ଖୁସି ମଧ୍ୟ ଦେବ |

ମିଥୁନ : ମନେ ମନେ ସ୍ବପ୍ନ ଦେଖିବା ସାହାଯ୍ୟ କରିବନି | ପରିବାରର ଆଶା ଉପରେ ଛିଡ଼ା ହେବ ପାଇଁ କିଛି କରିକି ଦେଖେଇବାକୁ ପଡ଼ିବ | ଯଦି ଆପଣ କୌଣସି ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ ଅଥବା ଅପେକ୍ଷା କରିଥିଲେ ଆଜିର ଦିନରେ ତାହା ଆପଣଙ୍କୁ ମିଳିପାରେ | ଯଦି ଆପଣ ସମସ୍ତଙ୍କର ଦାବି ପୂରୁଣା କରିବାକୁ ଚେଷ୍ଟା କରିବେ,ତାହେଲେ କେବଳ ବିଫଳତା ଆପଣଙ୍କ ହାଥକୁ ଆସିବ | ଆପଣଙ୍କର ପ୍ରେମୀ ଆପଣଙ୍କର ସବୁବେଳେ ଭଲ ଚିନ୍ତା କରନ୍ତି | ତେଣୁ ଯଦି ସେ ରାଗି ଯାଆନ୍ତି ତାଙ୍କୁ ଜବାବ ନଦେଇ ବୁଝିବାକୁ ଚେଷ୍ଟା କରନ୍ତୁ | ସମୟ ସହିତ ଚାଲିବ ବହୁତ ଜରୁରୀ କିନ୍ତୁ ଏହା ମଧ୍ୟ ମାନେ ରଖିବା ଉଚିତ ଯେ କିଛି ଖାଲି ସମୟ ମିଳିଲେ ପରିବାର ସହିତ ସମୟ ମଧ୍ୟ କାଟିବା ଉଚିତ | ଜୀବନସାଥୀଠୁ ଅଧିକ ଆଶା ରଖିବା ଆପଣଙ୍କ ବୈବାହିକ ଜୀବନରେ ଦୁଃଖ ଆଣି ପାରେ | ଅଧିକ କାମ ପାଇଁ ଆଜି ଆପଣଙ୍କ ମାନସିକ ଚାପ ବଢିପାରେ | କିନ୍ତୁ ସନ୍ଧ୍ୟାରେ ଟିକେ ଧ୍ୟାନ କରି ଆପଣ ଆପଣଙ୍କର ଉର୍ଜା ଫେରି ପାଇ ପାରିବେ |

କର୍କଟ : ଅତ୍ୟଧିକ ମାନସିକ ଚାପ ଓ ଥକା ବିଷୟ ହୋଇ ପାରେ | ସ୍ଵାସ୍ଥ୍ୟକୁ ଠିକ ରଖିବା ପାଇଁ ବହୁତ ଆରାମ କରନ୍ତୁ | ଯଦିଓ ଧନ ଆପଣଙ୍କ ହାତରୁ ସହଜରେ ଖସି ଚାଲିବ, କିନ୍ତୁ ଆପଙ୍କ ଗ୍ରହ ମାନେ ଆପଣଙ୍କ ଧନରେ କ୍ଷତି ହବାକୁ ଦେବେ ନାହିଁ | ଆପଣଙ୍କୁ ନିଜର ଏକା ପରି ଦୈନିକ କାର୍ଯ୍ୟଠୁ ଟିକେ ଛୁଟି ନେଇକି ଆଜି ସ୍ୱନାଗ ମାନଙ୍କ ସହିତ ବୁଲା ବୁଲି କରିବାର ଆବଶ୍ୟକତା ଅଛି | ଆଜିର ଦିନ ଆପଣଙ୍କ ପ୍ରେମ ସମ୍ପର୍କରେ ରଙ୍ଗ ଭରିଦେବ କିନ୍ତୁ ରାତିରେ କୋଣସି ପୁରୁଣା କଥାକୁନେଇ ପ୍ରେମିକ/ପ୍ରେମିକାଙ୍କ ସହିତ ଯୁକ୍ତି ତର୍କ ସହିତ ମନୋମାଳିନ୍ୟ ହୋଇପାରେ | ଲୋକଙ୍କ ସହିତ ଗପି ଆପଣଙ୍କର ବହୁମୂଲ୍ୟ ସମୟ ଆଜି ବର୍ବାଦ କରନ୍ତୁ ନାହିଁ | ପାରିବାରିକ ବିବାଦ କାରଣରୁ ଆଜି ଆପଣଙ୍କ ବୈବାହିକ ଜୀବନ ପ୍ରଭାବିତ ରହିବ | ଯଦି ଆଜି କିଛି ବେଶୀ କରିବାକୁ ନାହିଁ, ତାହେଲେ ଲାଇବ୍ରେରୀ ଯାଇକି ସମୟ କାଟିବା ଉତ୍ତମ ବିଚାର ହୋଇ ପାରେ |

ସିଂହ : ନିଜର ଜୀବନ-ସାଥୀ ସହିତ ପାରିବାରିକ ସଂଶୟର ସମାଧାନ କରନ୍ତୁ | ଦୁହେଁ ନିଜ ନିଜକୁ ପୁଣି ଠାରେ ଭଲ ଅଭାବରେ ଜାଣିବା ପାଇଁ ଟିକେ ଅଧିକ ସମୟ ଏକ ସହିତ କଟାନ୍ତୁ ଓ ନିଜର ସ୍ନେହୀ ଯୋଡ଼ି ହବାର ଛବିକୁ ମଜବୂତ କରିବେ | ଏହା ସ୍ୱର ଆପଣଙ୍କୁ ନିଜର ଜୀବନ-ସାଥୀଙ୍କ ସହିତ ବ୍ୟବହାରରେ ସ୍ୱତନ୍ତ୍ରତା ମିଳିବ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ଆପଣଙ୍କୁ ଚିନ୍ତାମୁକ୍ତ ହୋଇ ନିଜର ଘନିଷ୍ଠ ବନ୍ଧୁ ଓ ପରିବାର ଲୋକଙ୍କ ମଧ୍ୟରେ ଖୁସିର ସମୟ ଖୋଜିବାକୁ ଚେଷ୍ଟା କରିବା କଥା | ପ୍ରେମ ଆପଣଙ୍କୁ ନିରୁତ୍ସହିତ କରିବା ନାହିଁ | ଆଜି ଯେତେ ପାରିବେ ନିଜ ପାଇଁ ସମୟ କାଢନ୍ତୁ | ଅନ୍ୟକୁ ସମୟ ଦେବା ବ୍ୟତୀତ ନିଜକୁ ସମୟ ଦେବା ଭଲ | ଆପଣଙ୍କ ଜୀବନ-ସାଥୀଙ୍କ କୌଣସି କାର୍ଯ୍ୟ ଯୋଗୁଁ ଆପଣ ଲଜିତ ଅନୁଭବ କରି ପାରିବେ | କିନ୍ତୁ ପରେ ଆପଣଙ୍କୁ ଅନୁଭବ ହେବକି ଯାହା ହେଲା ଭଲ ହିଁ ହେଲା | ଆଜି ଆପଣ କୌଣସି ଦ୍ବନ୍ଦରେ ରହିପାରନ୍ତି | ସେଥିପାଇଁ ଘରେ କଥା ହେବା ଉଚିତ |

କନ୍ୟା : ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି | ଆର୍ଥିକ ପରିସ୍ଥିତି ସୁଧୁରିବ | ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରେ | ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ବିଶେଷ ଘଟିବ, ଯାହା ଆପଣ ଓ ଆପଣଙ୍କ ପରିବାର ଲୋକଙ୍କ ପାଇଁ ଖୁସି ନେଇକି ଆସିବ | ପ୍ରେମର ସ୍ମୃତି ଆଜି ଆପଣଙ୍କ ଉପରେ ଛାଇ ପରି ଲାଗି ରହିବ | ଆଜି ଆପଣଙ୍କ ସମ୍ପର୍କ କରିବାର କୌଶଳ ଓ ପ୍ରବୀଣତା ଅନ୍ୟ ମାନଙ୍କୁ ବହୁତ ପ୍ରଭାବିତ କରିବ | ଆପଣଙ୍କ ଜୀବନ-ସାଥୀ କାରଣରୁ ଆପଣ ଅନୁଭବ କରିବେ କି ସ୍ୱର୍ଗ ପୃଥିବୀରେ ହିଁ ଅଛି | ଏହି ରାଶିର ବ୍ୟପାରୀମାନଙ୍କ ପାଇଁ ଆଜି ଅତ୍ୟନ୍ତ ଶୁଭ ଦିନ ଅଟେ | ଆଜି ସେମାନଙ୍କ ସ୍ବପ୍ନ ସତ୍ୟ ହେବାର ସମ୍ଭାବନା ଅଛି |

ତୁଳା : ଖାଇବା ପିଇବା ବେଳେ ସାବଧାନ ରୁହନ୍ତୁ | ଭେଖାତିର ହେବ ରୋଗ ହେବାର କାରଣ ହୋଇ ପାରେ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କ ସନ୍ତାନଙ୍କ ଠାରୁ ଧନପ୍ରାପ୍ତି ହେବ ଓ ସନ୍ତାନ ପାଇଁ ସେମାନେ ଗୌରବାନ୍ୱିତ ହେବେ | ପିଲା ମାନେ ଖୁସି ଖବର ଆଣି ପାରିବେ ଓ ତାହାକୁ ଶୁଣି ଆପଣଙ୍କ ଦିନ ଖୁସିରେ ଭାରି ଯିବ | ଯାତ୍ରା କରିବା ଯୋଗୁ ଆଜି ଆପଣଂକ ମନ ଭଲ ପାଇବା ଓ ଖୁସିରେ ଭରି ଉଠିବ | ଆପଣଙ୍କ ପ୍ରେମୀ ଆପଣଙ୍କୁ ଯଥେଷ୍ଟ ସମୟ ଦେଉନାହାନ୍ତି, ଏକଥା ଆଜି ଆପଣ ଖୋଲିକରି ତାଙ୍କ ଆଗରେ କହି ପାରିବେ | ଆପଣଙ୍କ ଜୀବନ-ସାଥୀ ଅଜାଣତରେ କିଛି ଏମିତିଆ କାମ କରି ପାରନ୍ତି, ଯାହା ଆପଣ ଚାହିଁକୀ ବି ଭୁଲି ପାରୁ ନାହାନ୍ତି | ଲୋକଙ୍କ ମଧ୍ୟରେ ରହି ମଧ୍ୟ ସମସ୍ତଙ୍କର ସମ୍ମାନ କରିବା ଆପଣ ଜାଣନ୍ତି | ତେଣୁ ସମସ୍ତଙ୍କ ଚକ୍ଷୁରେ ଆପଣ ଆପଣଙ୍କର ଭଲ ଛବି ବି ବନାଇ ପାରନ୍ତି |

ବିଛା : କୌଣସି ପ୍ରକାରର ଦ୍ଵନ୍ଦ କିମ୍ବା ବିରୋଧ ଠୁ ନିଜକୁ ରକ୍ଷା କରନ୍ତୁ ,କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡି ପାରେ | ଯାତ୍ରା ଆପଣଙ୍କ ପାଇଁ କ୍ଳାନ୍ତିକର କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ହେବ | ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ | ଆଜି ଆପଣ ନିଜ ପ୍ରିୟକୁ ପସନ୍ଦ ଆସୁଥିବା ବସ୍ତ୍ର ପିନ୍ଧନ୍ତୁ ନଚେତ ସିଏ ଅପମାନିତ ଅନୁଭବ କରି ପାରନ୍ତି | ଏହି ସମୟ ନିଜ ଯୋଜନା ଓ ଶକ୍ତିକୁ ପରୀକ୍ଷା କରିବା ପାଇଁ ଶୁଭ ଅଛି | ଗୋଟେ ବଡ଼ ଯୁକ୍ତି-ତର୍କ ଦିନ ବେଳେ ହେବା ପରେ, ଆପଣ ଆପଣଙ୍କ ଜୀବନସାଥୀ ସହିତ ସୁନ୍ଦର ସଂଧ୍ୟା କାଟିବେ | ଆଜି ଆପଣ ଆପଣଙ୍କ ସାନଭାଇଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି |ଏହାଦ୍ୱାରା ଆପଣ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଆହୁରି ପ୍ରଗାଢ଼ ହେବ |

ଧନୁ : ନିଅମିତ ବ୍ୟାୟାମର ମାଧ୍ୟମରେ ନିଜର ଓଜନକୁ ନିୟନ୍ତ୍ରିତ ରଖନ୍ତୁ | ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | ଆଜି ବନ୍ଧୁ ମାନେ ସାହାଯ୍ୟ କରିବାକୁ ଆସିବେ ଯଦି ଆପଣଙ୍କୁ ଦରକାର ପଡିବ | ଆପଣଙ୍କର ପ୍ରେମୀ ଆପଣଙ୍କର ସବୁବେଳେ ଭଲ ଚିନ୍ତା କରନ୍ତି | ତେଣୁ ଯଦି ସେ ରାଗି ଯାଆନ୍ତି ତାଙ୍କୁ ଜବାବ ନଦେଇ ବୁଝିବାକୁ ଚେଷ୍ଟା କରନ୍ତୁ | ଆଜି ବହୁତ ଲୋକ ଆପଣଙ୍କୁ ପ୍ରଶଂସା କରିବେ ଯାହା ଆପଣ ବହୁତ ଦିନରୁ ଶୁଣିବାକୁ ଚାହୁଁଥିଲେ | ପରିବାର ଲୋକଙ୍କ ସହିତ ଟିକେ ବିବାଦ ୟହଇ ପାରେ | କିନ୍ତୁ ଶେଷରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ବିପଦର ସମାଧାନ କରିବେ | ବିଚାର ଠୁ ହିଁ ମନୁଷ୍ୟର ଦୁନିଆ ବନେ- କୌଣସି ଉତ୍ତମ ବହି ପଢ଼ିକି ଆପଣ ଆପଣଙ୍କର ବିଚାରଧାରାରେ ବୃଦ୍ଧି ଆଣି ପାରିବେ |

ମକର : ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ | ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ | ଆଜି ବନ୍ଧୁ ମାନେ ସାହାଯ୍ୟ କରିବାକୁ ଆସିବେ ଯଦି ଆପଣଙ୍କୁ ଦରକାର ପଡିବ | ଗତ ଦିନର ମିଠା ସ୍ମୃତି ଆପଣଙ୍କୁ ବ୍ୟସ୍ତ ରଖିବା | ଯଦି ଆପଣ ଲମ୍ବା ସମୟରୁ ନିଜ ଜୀବନରେ କୌଣସି କୌତୁହଳଜନକ ଜିନିଷ ହେବା ପାଇଁ ଅପେକ୍ୟା କରିଛନ୍ତି,ତାହେଲେ ନିଶ୍ଚୟ ହିଁ ଆପଣଙ୍କୁ ତାହାର ଲଖ୍ୟଣ ଦେଖା ଯିବାକୁ ଲାଗିବ | ଆପଣଙ୍କ ଜୀବନ-ସାଥୀ ଆପଣଙ୍କୁ ପାଇଁକି ନିଜକୁ ଭାଗ୍ୟଶାଲୀ ଭାବୁଛନ୍ତି, ଏହି ସମୟର ଲାଭ ଉଠାନ୍ତୁ | ବିସ୍ମୟକର ଦିନ ଆଜି- ଚଳଚିତ୍ର-ପାର୍ଟି ଓ ସାଙ୍ଗ ମାନଙ୍କ ସହିତ ବୁଲା-ବୁଲି କରି ପାରନ୍ତି |

କୁମ୍ଭ : ଆପଣଙ୍କ ଉଛ ବୌଦ୍ଧିକ କ୍ଷମତା ଆପଣଙ୍କ ଅସମର୍ଥତା ସହିତ ଯୁଦ୍ଧ କରିବାରେ ସହଯୋଗ ଦେବ | କେବଳ ସକାରାତ୍ମକ ବିଚାର ଦ୍ୱାରା ହିଁ ଏହି ସମସ୍ୟାଠୁ ନିଜାତ ପାଇଁ ପାରିବେ | ଆଜି କୌଣସି ଏମିତି କୁଣିଆ ଆପଣଙ୍କ ଘରକୁ ଆସିପାରନ୍ତି ଯାହାଙ୍କ ଆଗମନରେ ଆସନ୍ତା ମାସରେ ହେବାକୁଥିବା ଖର୍ଚ୍ଚ ଏହି ମାସରେ ହୋଇଯିବ | ପୁରୁଣା ଲୋକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଆଜି ଶୁଭ ଦିନ ଅଟେ | ଆଜି ଆପଣଙ୍କ ପ୍ରେମୀ ଆପଣଙ୍କ କଥାରେ ଆଘାତ ହୋଇ ପାରନ୍ତି | କଥା ବେଶୀ ବଢିବା ପୂର୍ବରୁ ନିଜର ଭୁଲ ଜାଣିନେଇ ପ୍ରତିକାର କରନ୍ତୁ | ଆଜି ମୋବାଇଲରେ ଆପଣ କୌଣସି ଚଳଚିତ୍ର ବା ୱେବ ସିରିଜ଼ ଦେଖି ସମୟ ଅତିବାହିତ କରିପାରନ୍ତି | ବୈବାହିକ ଜୀବନର ଆନନ୍ଦ ନେବା ପାଇଁ ପ୍ରଚୁର ସୁଯୋଗ ଅଛି ଆପଣଙ୍କ ପାଖରେ | ଆଜି ଆପଣ କୌଣସି ବିବାହ ଉତ୍ସବକୁ ଯାଇପାରନ୍ତି | କିନ୍ତୁ ସେଠି ଆପଣ ମଦ୍ୟପାନ କରିବା ଆପଣଙ୍କ ପାଇଁ ଘାତକ ସିଦ୍ଧ ହୋଇ ପାରେ |

ମୀନ : ଜୀବନ ପ୍ରତି ଆନନ୍ଦ ରହିବା ପ୍ରକୃତି ଆପଣାନ୍ତୁ | ନିଜର ସ୍ତିତି ଉପରେ ଅସନ୍ତୋଷ ହେବା ଓ ତାକୁ ନେଇକି ଦୁଃଖ ପ୍ରକାଶ କଲେ କିଛି ଲାଭ ମିଳିବନି | ଏହା ବେଶୀ ମାଗିବା ବିଚାର ଜୀବନର ସୁଗନ୍ଧକୁ ଶେଷ କରି ଦିଏ ଓ ସନ୍ତୋଷ ଜୀବନର ଆଶାର ବେକ ଚିପି ଦିଏ | ଆପଣ ଅପ୍ରତ୍ୟାଶିତ ସ୍ତ୍ରୋତରୁ ଧନ ମିଳିପାରେ, ଯାହା ବିଷୟରେ ଆପଣ କେବେ ବି ଭାବି ନଥିବେ | ସନ୍ଧ୍ୟାରେ ରୋଷେଇ ହେବ ଜିନିଷର କିଣା କିଣି କାରଣରୁ ଆପଣ ବ୍ୟସ୍ତ ରହିବେ | ଆପଣଙ୍କ ଅସୀମ ପ୍ରେମ ଆପଣଙ୍କ ପ୍ରିୟଙ୍କ ପାଇଁ ଅତି ବହୁମୂଲ୍ୟ ଅଟେ | ଯଦି ଆଜି ଆପଣ କିଣା କିଣି ପାଇଁ ବାହାରନ୍ତି,ତାହେଲେ ଗୋଟେ ନୂତନ ପୋଷାକ କିଣି ପାରନ୍ତି | ଆଜି ଦିନରେ ଆପଣଙ୍କ ସାମାନ୍ୟ ବୈବାହିକ ଜୀବନ ଠୁ କିଛି ଅଲଗା ହୋଇ ପାରେ | ଆଜି ଆପଣଙ୍କୁ ଆପଣଙ୍କର ଜୀବନ-ସାଥୀଙ୍କ ଆଡୁ କିଛ ବିଶେଷ ଦେଖିବାକୁ ମିଳି ପାରେ | ଆଜି ବାହାର ଖାଦ୍ୟ ଖାଇବାଦ୍ୱାରା ଆପଣଙ୍କ ପେଟ ଗୋଳମାଳ ହୋଇପାରେ | ତେଣୁ ବାହାର ଖାଦ୍ୟ ଖାଇବାରୁ ନିବୃତ ରୁହନ୍ତୁ |