ବେଆଇନ୍‌ ଟ୍ୱିନ୍‌ ଟାୱାରକୁ ଉଡ଼ାଇବ ୩୭୦୦ କିଲୋ ବାରୁଦ

ଟାୱାର ନିକଟରେ ଥିବା ଅନ୍ୟାନ୍ୟ ସୋସାଇଟିର ପରିବାର ଉଭୟ ଭୟ ଓ ଆଶଙ୍କା ଭିତରେ ଅଛନ୍ତି…..

ନୋଏଡ଼ା: ନୋଏଡ଼ା ଅଂଚଳରେ ବେଆଇନ ଟ୍ୱିନ୍‌ ଟାୱାର ଭାଙ୍ଗିବା ପାଇଁ ୩୭୦୦ ବାରୁଦ ବ୍ୟବହାର କରାଯାଉଛି । ରବିବାର ଦିନ ସାଢେ଼ ଦୁଇଟାରେ ଗୋଟିଏ ବଟନ୍‌ ଟିପାଯିବ, ଯାହା ୧୨ ସେକେଣ୍ଡ ଭିତରେ ମାଟିରେ ମିଶିଯିବ ।

ସୂଚନା ମୁତାବକ, ନୋଏଡ଼ାର ସେକ୍ଟର-୯୩ଏ ଅଂଚଳରେ ରହିଛି ଭ୍ରଷ୍ଟାଚାର ମୂଳଦୁଆ ଉପରେ ୧୦୩ ମିଟର ଉଚ୍ଚତା ବିଶିଷ୍ଟ ଟ୍ୱିନ୍‌ ଟାୱାର । ଉକ୍ତ ଟାୱାର ଦୁଇଟିରେ ୩୨ ମହଲା ଲେଖାଏଁ ରହିଛି । ଟାୱାରଟିକୁ ଉଡ଼ାଇବା ପାଇଁ ଅବଗଣନା ଆରମ୍ଭ ହୋଇଗଲାଣି । କିନ୍ତୁ ଲୋକମାନେ ଏବେ ମଧ୍ୟ ଟାୱାର ବଂଚାଇବା ଉଦ୍ୟମ ଜାରି ରଖିଛନ୍ତି ।

ଶୁଣିବାକୁ ମିଳୁଛି, ଦୁଇଟିଯାକ ଟାୱାରରେ ମୋଟ ୯୬୪୦ ଗାତ କରାଯାଇ ସେଥିରେ ୩୭୦୦ ବାରୁଦ ଲଗାଯାଇଛି । ଟାୱାର ନିକଟରେ ଥିବା ଅନ୍ୟାନ୍ୟ ସୋସାଇଟିର ପରିବାର ଉଭୟ ଭୟ ଓ ଆଶଙ୍କା ଭିତରେ ଅଛନ୍ତି । ଭୟ ଏଥିପାଇଁ ଯେ ଟାୱାରରେ ଖଞ୍ଜାଯାଇଥିବା ବାରୁଦ ଫୁଟିଲେ, ତା’ର ପ୍ରଭାବ ସେମାନଙ୍କ ଘର ବା ସୋସାଇଟି ଉପରେ ପଡ଼ିବନି ତ? ଟାୱାର ଭଙ୍ଗାଯିବାର ଧୂଳି ପ୍ରଭାବରେ ସେମାନଙ୍କର କିଛି କ୍ଷତି ହେବନି ତ? ସେହିପରି ଆଶଙ୍କାର କାରଣ ହେଉଛି, ଭୀଷଣ ଶବ୍ଦ କରି ଟାୱାର ଭାଙ୍ଗିବା ଫଳରେ ସେମାନଙ୍କ ଘର ମୂଳଦୁଆ କ୍ଷତିଗ୍ରସ୍ତ ହେବନାହିଁ ତ? ସେମାନଙ୍କ ଘରେ ଲାଗିଥିବା କାଚଗୁଡ଼ିକ ସୁରକ୍ଷିତ ରହିବ ତ?