ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କରିଛନ୍ତି ସଲମାନ ଖାନ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ବିୱି ହୋ ତୋ ଏଇସା’ ରିଲିଜ ହୋଇଥିଲା । ଏହି ଚଳଚ୍ଚିତ୍ର ଦ୍ୱାରା ନିଜର ପରିଚୟ ହାସଲ କରିଥିଲେ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ବକ୍ସ ଅଫିସରେ ସଲମାନଙ୍କ ଦବଦବା ରହିଛି । ଏହି ବିଶେଷ ଦିନରେ ସଲମାନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ନାମ ଘୋଷଣା କରିଛନ୍ତି । ଏହି ଚଳଚ୍ଚ଼ିତ୍ରର ନାମ ହେଉଛି କିସି କା ଭାଇ କିସି କି ଜାନ ହୈ । ସଲମାନଙ୍କ ଫିଲ୍ମ ଘୋଷଣା ପରେ ତାଙ୍କ ପ୍ରଶଂସକମାନେ ଖୁସିରେ ଉତ୍ସାହିତ ହୋଇ ଯାଇଛନ୍ତି । ହେଲେ ସଲମାନ ତାଙ୍କ ‘କଭି ଇଦ କଭି ଦିୱାଲୀ’ ଚଳଚ୍ଚିତ୍ରର ନାମକୁ ‘କିସି କା ଭାଇ କିସି କି ଜାନ’ରେ ପରିବର୍ତ୍ତନ କରିଛନ୍ତି । କିନ୍ତୁ ଏହା ବିଷୟରେ କିଛି ନିଶ୍ଚିତ ହୋଇନାହିଁ । ବର୍ତ୍ତମାନ ସଲମାନ ଖାନଙ୍କ ହାତରେ ଅନେକ ଫିଲ୍ମ ଅଛି ।