ମୁମ୍ବାଇ: ପୁଣି ପରଦାକୁ ଫେରିବେ ଅଭିନେତ୍ରୀ ଗୀତା ବସରା । ବଲିଉଡକୁ କମ୍?ବ୍ୟାକ୍? କରିବେ କ୍ରିକେଟର ହରଭଜନ ସିଂହଙ୍କ ପତ୍ନୀ ଗୀତା ବସରା । ଦୀର୍ଘ ବର୍ଷର ବ୍ୟବଧାନ ପରେ ଅଭିନେତ୍ରୀ ଗୀତା ବଡ ପରଦାକୁ କମବ୍ୟାକ କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଗୀତା ଫିଲ୍ମ ‘ନୋଟରୀ’ରୁ ଧମାକେଦାର କମ୍ବ୍ୟାକ କରିବେ । ଫିଲ୍ମର ନିର୍ଦ୍ଦେଶକ ପୱନ ବାଡେୟର ଦେବେ । ଏହି ନୂଆ ପ୍ରୋଜେକ୍ଟ ବିଷୟରେ ଗୀତା କହିଛନ୍ତି ଯେ ମୁଁ ବହୁତ ଖୁସି । ମୁଁ ଏକ ଏଭଳି ଚରିତ୍ରରେ ଅଭିନୟ କରି କମବ୍ୟାକ କରିବାକୁ ଯାଉଛ । ଏହି ଫିଲ୍ମରେ ଗୀତାଙ୍କୁ ଜଣେ କଲେଜ୍ ଝିଅ ଭୂମିକାରେ ଦେଖିବାକୁ ମିଳିବ ।