ରାଷ୍ଟ୍ରପତିଙ୍କୁ ଭେଟିଲେ ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଅନୁସୂଚନିତ ଜନଜାତି ସହ ଜଡିତ ଥିବା ଦେଶର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କୁ ଭେଟି ଶୁଭକାମନା ଜଣାଇଥିବା ମାୟାବତୀ ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ବହୁଜନ ସମାଜବାଦୀ ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କ ସପକ୍ଷରେ ଭୋଟ କରିଥିଲେ ।