୩୦ ବର୍ଷରେ ସେକ୍ସି ଅଭିନେତ୍ରୀ ଦିଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନୀ ବୋଲ୍ଡ ଏବଂ ହଟ ଅନ୍ଦାଜ୍‌ରେ ସମସ୍ତଙ୍କୁ ମାତ ଦିଅନ୍ତ । ସେ ଫିଲ୍ମ ଜଗତରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଦିଶା ଆଜି ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି । ଦିଶା ଲକ୍ଷେ୍ନøର ଆମିଟି ୟୁନିଭରସିଟିରେ ବାୟୋଟେକ ପଢୁଥିଲେ । ସେହି ସମୟରେ ମଡେଲିଂ ଆରମ୍ଭ କରିଥିଲେ । କିନ୍ତୁ ମୁମ୍ବାଇରେ ଦିଶା ଏକ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଅଡିସନରେ ସିଲେକ୍ଟ ହେବା ପରେ, ଫିଲ୍ମ ଲାଇନକୁ ବାଛିଲେ । ଅଭିନେତ୍ରୀ ହେବା ପାଇଁ ବଲିଉଡ ସିଢି ଚଢିଥିଲେ । ଦିଶା ଫିଲ୍ମ ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀରେ ଡେବ୍ୟୁ କରିଥିଲେ । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଉଛନ୍ତି । ସେହିପରି ଦିଶା ଗୋଟିଏ ଫିଲ୍ମ ପାଇଁ ୬ କୋଟି ନିଅନ୍ତି । ଏହା ବ୍ୟତୀତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ୧ କୋଟି ଟଙ୍କା ଆଦାୟ କରନ୍ତି ।