ସାଉଥ ଫିଲ୍ମରେ ଅଭିନୟ କରିବେ ମୌନୀ!

ମୁମ୍ବାଇ: ବଲିଉଡର ହଟ ଏବଂ ସନସେସନ କ୍ୱିନ ମୌନୀ ରୟ । ନିକଟରେ ସେ ପ୍ରକାଶ କରିଛନ୍ତି କି ସାଉଥ ଫିଲ୍ମରେ କାମ କରିବାକୁ ତାଙ୍କର ପ୍ରବଳ ଇଚ୍ଛା । ସାଉଥ ଫିଲ୍ମର ଅଂଶ ହେବାକୁ ସେ ଚାତକ ପରି ଚାହିଁ ରହିଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି, ବାସ୍ତବରେ ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରିରେ ଅତ୍ୟନ୍ତ ଚମତ୍କାର ବିଷୟବସ୍ତୁକୁ ନେଇ ଫିଲ୍ମ ପ୍ରସ୍ତୁତ ହେଉଛି । ସେହିସବୁ ଫିଲ୍ମର ଅଂଶ ହେବାକୁ ଅତ୍ୟନ୍ତ ଇଚ୍ଛୁକ ବୋଲି ସେ ସ୍ପଷ୍ଟ କରିଛନ୍ତି । ଦକ୍ଷିଣ ସିନେମା ଏବେ ସାରା ଦେଶରେ ଚହଳ ପକାଇଥିବାବେଳେ ଅନେକ ବଲିଉଡ ଷ୍ଟାର ଏବେ ଦକ୍ଷିଣ ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ଏଥିରୁ ସ୍ପଷ୍ଟ ଯେ ଦକ୍ଷିଣ ସିନେମା ଓ କଳାକାରଙ୍କ ପ୍ରତି ବଢୁଥିବା ଦର୍ଶକୀୟ ଆଦୃତି ବଲିଉଡ କଳାକାରଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି । ସେଥିପାଇଁ ସେମାନେ ଏହି ସ୍ରୋତରେ ସାମିଲ ହେବାକୁ ଚାହୁଁଛନ୍ତି ।