ସାରା ଦେଶରେ ସେପ୍ଟେମ୍ବର ୧ କୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଭାବରେ ପାଳନ କରାଯାଉଛି।
ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଲୋକଙ୍କୁ ଡ୍ରାଇଭର ମାନେ ସଚେତନ କରିଥିଲେ…
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘ ଯୋଡ଼ା ଶାଖା ତରଫରୁ ମଧ୍ୟ ଅନୁରୂପ ଭାବରେ ଏହି ଦିବସକୁ ପାଳନ କରାଯାଇଛି। ତେବେ ଓଡିଶା ଡ୍ରାଇଭର ମହାସଂଘ ଯୋଡ଼ା ଶାଖାର ଏହି କାର୍ଯ୍ୟକ୍ରମର ଯୋଡ଼ା ବ୍ଲକ ୧୯ ଟି ପଞ୍ଚାୟତର ସମସ୍ତ ଡ୍ରାଇଭର ମାନେ ଉପସ୍ଥିତ ଥିଲେ। ହାଲୁକା ଏବଂ ଭାରି ଯାନର ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ। ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଲୋକଙ୍କୁ ଡ୍ରାଇଭର ମାନେ ସଚେତନ କରିଥିଲେ । ଏହାସହ ଯୋଡ଼ା ମୁଖ୍ୟରାସ୍ତାର ବ୍ଲକ ଛକ ନିକଟରେ ରାସ୍ତାରେ ଯିବା ଆସିବ କରୁଥିବା ଗାଡି ମାନଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ପତ୍ରିକା ଦେବା ସହ ଗାଡିର ଡ୍ରାଇଭର ମାନଙ୍କୁ ସଚେତନତ କାଗରାଯାଇଥିଲା। ଏହି ମହା ସମାରୋହରେ ବବଲୁ ମହାରଣା ,ପୁରୁଷୋତ୍ତମ ମହାକୁଡ଼, ରାହୁଲ ମହାରଣା,ଜୟନ୍ତ ପାତ୍ର, ଗୋପୀନାଥ ପାତ୍ର, ଶାନ୍ତି ଶୁଙ୍ଖଳା ସହିତ ପରିଚାଳନା କରିଥିଲେ।