ଗଞ୍ଜେଇ ରଖି ଅଟୋଚାଳକକୁ ଛାଡ଼ିଦେଲା ପୁଲିସ!
ଗୋଟିଏ ଅଟୋ ଚାଳକ ପୁଲିସ ବ୍ୟାରିକେଡ୍ ଦେଖି ଅଟୋକୁ ଛାଡ଼ି ପଳାୟନ କରିଥିଲା…..
ଲମତାପୁଟ: ରାଜ୍ୟ ବାହାରକୁ ଯାଉଥିବା ଗଞ୍ଜେଇ ଭର୍ତି ଅଟୋକୁ ଧରି ଓଡ଼ିଶା ପୁଲିସ ବେଶ ସନ୍ତୁଷ୍ଟ ଅନୁଭବ କରୁଛି । ଓଡିଶା-ଆନ୍ଧ୍ର ସୀମାନ୍ତ ଇଲାକାରୁ ପାଡୁଆ ପୁଲିସ ପ୍ରାୟ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ସୂଚନା ମୁତାବକ, ବିଶେଷ ସୂତ୍ରୁ ଖବର ପାଇ କୋରାପୁଟ ପୁଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍ଡିପିଓ ଗୋଟିଏ ପୁଲିସ ଟିମ୍ ଧରି ପାନ୍ତଲୁଙ୍ଗ ଗାଁ ନିକଟରେ ଯାନବାହନ ଯାଂଚ କରୁଥିଲେ । ଗୋଟିଏ ଅଟୋ ଚାଳକ ପୁଲିସ ବ୍ୟାରିକେଡ୍ ଦେଖି ଅଟୋକୁ ଛାଡ଼ି ପଳାୟନ କରିଥିଲା । ପୁଲିସ ଯାଂଚ କରି ଉକ୍ତ ଅଟୋରେ ୫ ବସ୍ତା ଗଞ୍ଜେଇ ରଖାଯାଇଥିବା ଜାଣିପାରିଲା । ଗାଡ଼ି ନମ୍ବରକୁ ଆଧାର କରି ଅଭିଯୁକ୍ତ ନିକଟରେ ପହଂଚିବାର ଉଦ୍ୟମ ଜାରି ରଖିଛି ପୁଲିସ । ପୁଲିସ ଜାଣତରେ ଅଟୋ ଚାଳକ ପଳାୟନ କରିଛି ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି ।