ଆୟୁର୍ବେଦ ବିଜ୍ଞାନରେ ତୁଳସୀ ପତ୍ରକୁ ମହୌଷଧୀ ବୋଲି କୁହାଯାଇଥାଏ। କେବଳ ଥଣ୍ଡା ଜ୍ୱର ନୁହେଁ, ଏହି ଔଷଧୀୟ ବୃକ୍ଷରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଇନ୍ଫ୍ଲାମେଣ୍ଟାରୀ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ୍ କରିଥାଏ।
ସକାଳେ ଖାଲି ପେଟରେ ତୁଳସୀ ପାଣି ପିଇଲେ ଶରୀରରୁ ଟକ୍ସିନ୍ ସଫା ହୋଇଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପାଚନତନ୍ତ୍ରକୁ ଠିକ୍ ରଖିଥାଏ।
ଏହା ଜଣାପଡ଼ିଛି ଯେ ତୁଳସୀ ହାଇପର୍ ଟେନସନ୍, ହାଇ ବ୍ଲଡ୍ ପ୍ରେସର ଓ ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ। ଏଥିପାଇଁ ତୁଳସୀ ପତ୍ରର ଚାହା କିମ୍ୱା ପାଣି ପିଇବା ଅଭ୍ୟାସ କରନ୍ତୁ।
ତୁଳସୀ ପତ୍ର ପାଣିରେ ଥିବା ଆଣ୍ଟି-ଆଲର୍ଜିକ୍ ଗୁଣ ଶ୍ୱାସଜନିତ ସମସ୍ୟା, କାଶ, ଟନସିଲ୍ ଓ ଗଳା କ୍ୟାନସର୍ ପରି ରୋଗକୁ ନିୟନ୍ତ୍ରଣ କରିଥାଏ।