ଟ୍ରୋଲର୍ସଙ୍କୁ କଡ଼ା ସମାଲୋଚନା କଲେ ବିପାଶା

ମୁମ୍ବାଇ: ବଲିଉଡର ବିୟୁଟି ବିପାଶା ବସୁ ଏବେ ଏଥିପାଇଁ ଟ୍ରୋଲ୍‌ର ଶିକାର ହୋଇଛନ୍ତି । ବିପାଶା ଖୁବ ଶୀଘ୍ର ମା’ ହେବାକୁ ଯାଉଥିବା ବେଳେ ନିଜ ବେବି ବମ୍ପ ଫଟୋ ଶେଆର କରି ଗୁଡ ନ୍ୟୁଜ ଫ୍ୟାନ୍ସଙ୍କୁ ଦେଇଥିଲେ । ଏହି ଫଟୋସୁଟରେ ଏକ ହ୍ୱାଇଟ କଲର ସାର୍ଟରେ ବିପାଶା ନିଜ ବେବି ବମ୍ପ ଦେଖାଉଥିବା କରୁଥିବା ନଜର ଆସିଛନ୍ତି । ମ୍ୟାଟ୍ରିନିଟି ସମୟରେ ନିଜ ଡ୍ରେସିଂ ସେନ୍ସକୁ ନେଇ ଟ୍ରୋଲ ହେବା ପରେ ୟୁଜର୍ସଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ବିପାଶା । ବିପାଶା କହିଛନ୍ତି, ଆମେ ଦୁଇରୁ ତିନୋଟି ପାଇବାକୁ ଯାଉଛୁ । ଏହା ଆମ ପାଇଁ ଖୁବ ଖୁସିର ଖବର ।

ମୁଁ ଓ କରନ ମ୍ୟାଟ୍ରିନିଟି ପରି ଖୁସି ମୁହୂର୍ତ୍ତର ଏକ ଫଟୋସୁଟ କରିବାକୁ ଚାହୁଁଥିଲୁ ଏବଂ ମୁଁ ମୋ’ ବେବି ବମ୍ପ ଦୁନିଆକୁ ଦେଖାଇବାକୁ ଚାହୁଁଥିଲି । ମୁଁ ଯେତେବେଳେ ଜଣେ ମହିଳାଙ୍କ ବେବି ବମ୍ପ ଦେଖେ ଖୁବ ଖୁସି ଅନୁଭବ କରେ । ଏହା ସହିତ ୟୁଜର୍ସଙ୍କୁ କଡ଼ା ଜବାବ ଦେବାକୁ ଯାଇ ବିପାଶା କହିଛନ୍ତି, ଆମ ଜୀବନରେ ଏକ ସୁଖ ଆସିଛି ଯାହାକୁ ଆମେ ଆମର ପ୍ରିୟଜନଙ୍କ ସହ ବାଣ୍ଟିବାକୁ ଚାହୁଁଥିଲୁ । ଯେଉଁମାନେ ଆମକୁ ଭଲ ପାଆନ୍ତି ଆମେ ସେମାନଙ୍କ ପାଇଁ ଏହି ବିଶେଷ ଖବର ଆଣିବାକୁ ଚାହୁଁଥିଲୁ । ସେଥିପାଇଁ ଆମେ ଫଟୋ ସୋଶାଲ ମିଡିଆରେ ଶେଆର କରିଥିଲୁ । ଆମେ ଏହା କରିଛୁ କାରଣ ଏହା ଏକ ଟ୍ରେଣ୍ଡ ନୁହେଁ ବରଂ ଏହା ଆମ ଜୀବନର ସବୁଠାରୁ ବଡ ଖୁସି । ଏହି ମୁହୂର୍ତ୍ତ ସବୁବେଳେ ଆସିବ ନାହିଁ । ତେଣୁ ଏହାକୁ ଉପଭୋଗ କରିବା ଉଚିତ । ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ବିପାଶା ନିଜ ସ୍ୱାମୀଙ୍କର ଏକ ଫଟୋ ସୁଟ କରିଥିଲେ । ଏହି ଫଟୋରେ କେବଳ ଏକ ହ୍ୱାଇଟ କଲର ସାର୍ଟରେ ବିପାଶା ନିଜ ବେବି ବମ୍ପ ଫ୍ଲଟ କରୁଥିବା ଦେଖିବାକୁ ମିଳିଥିଲା ।