ନୂଆଦିଲ୍ଲୀ : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଦେଶର ଗର୍ବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ନୂଆଦିଲ୍ଲୀଠାରେ ଆଇଆଇଟି ଦିଲ୍ଲୀର ହୀରକ ଜୟନ୍ତୀ ଉଦ୍ଯାପନ ସମାରୋହରେ ସେ ଏହା ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ବିଶ୍ୱରେ ଆଇଆଇଟିଗୁଡିକ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପାରଦର୍ଶିତାର ପ୍ରମାଣ ଦେଇଛନ୍ତି । ଆଇଆଇଟିଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀ ଓ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଗଣ ବିଶ୍ୱରେ ଆମ ମେଧାଶକ୍ତିର ପରିଚୟ ପ୍ରଦାନ କରିଛନ୍ତି । ଆଇଆଇଟି ଗୁଡିକରେ ଅଧ୍ୟୟନ ଶେଷ କରିଥିବା ବିଦ୍ୟାର୍ଥୀଗଣ ଶିକ୍ଷା, ଶିଳ୍ପ, ନାଗରିକ ସମାଜ, ସାମ୍ବାଦିକତା, ସାହିତ୍ୟ ଓ ରାଜନୀତି ଭଳି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେଇଛନ୍ତି । ରାଷ୍ଟ୍ରପତି କହିଥିଲେ ଯେ ମୂଳ ଆଇଆଇଟି ବା ଆଇଆଇଟି ଦିଲ୍ଲୀ ସହ ଆଇଆଇଟି କ୍ଲବରେ ଯୋଗ ଦେଇଥିବା ନୂଆ ଆଇଆଇଟି ରୋପାର ଓ ଆଇଆଇଟି ଜମ୍ମୁ ଭଳି ପ୍ରତିଷ୍ଠାନକୁ ପୃଷ୍ଠପୋଷକତା ଦେଇଛି । ସେ ଦୃଷ୍ଟିରୁ ଆଇଆଇଟି ଦିଲ୍ଲୀର ସାରା ବିଶ୍ୱରେ ଆଇଆଇଟିଗୁଡିକକୁ ଉତ୍କର୍ଷର କେନ୍ଦ୍ରବିନ୍ଦୁ ଭାବେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ଶ୍ରୀମତୀ ମୁର୍ମୁ ପ୍ରକାଶ କରିଛନ୍ତି ।
ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ଆଇଆଇଟି ଦିଲ୍ଲୀ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଓ ଗବେଷଣା ପାଇଁ ଲାଗିପଡିଥିଲା । ଏହା ର୍ୟାପିଡ ଆଣ୍ଟିଜେନ ଟେଷ୍ଟ କିଟ, ପିପିଇ, ଆଣ୍ଟିମାଇକ୍ରୋ ବାୟଲ, ଫେବ୍ରିକ୍ସ, ଖୁବ ଉପଯୋଗୀ ମୁଖା ଓ କମ୍? ବ୍ୟୟସାପେକ୍ଷ ଭେଣ୍ଟିଲେଟର ତିଆରିରେ ମନୋନିବେଶ କରିଥିଲା । ଭାରତରେ କରୋନା ଭୂତାଣୁ ପ୍ରତିରୋଧ ସଂଗ୍ରାମରେ ଆଇଆଇଟି ଦିଲ୍ଲୀର ଭୂମିକା କିପରି ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ମଧ୍ୟ ଜଟିଳ ଜନସ୍ୱାସ୍ଥ୍ୟ ପ୍ରତିକାର ଦିଗରେ କାର୍ଯ୍ୟ କରେ ତାହା ପ୍ରମାଣିତ କରିଛି । ରାଷ୍ଟ୍ରପତି କହିଥିଲେ ଯେ ଆମେ ଯଦି ଭବିଷ୍ୟତରେ ଅନିୟମିତତାରୁ ନିଜକୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବା, ତେବେ ତାହା ଜନକଲ୍ୟାଣରେ ସହାୟକ ହେବ । ଆମକୁ ଆମର ଅନୁଷ୍ଠାନଗୁଡିକୁ ଭବିଷ୍ୟତର ମୁକାବିଲା ପାଇଁ ଦକ୍ଷ କରିବାକୁ ପଡିବ । ଏଥି ପାଇଁ ଶିକ୍ଷାଦାନ ଓ ଶିକ୍ଷାପ୍ରାପ୍ତି କ୍ଷେତ୍ରରେ ନୂତନ ସମୀକରଣର ଆବଶ୍ୟକ ।