କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଠାକୁରାଣୀ ର ସେଡିଂ ବସ୍ତି ର ସୁବାଷ ତିର୍କୀ ଙ୍କ ଘର ବାଡିରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ ଫୁଲ । ଏହି ଫୁଲ ସାଧାରଣତଃ ହିମାଳୟରେ ଫୁଟୁଥିବାରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କଲେ ସୁବାଷ ତିର୍କୀ ଙ୍କ ଧର୍ମପତ୍ନୀ ଜୟାମଣୀ ତିର୍କୀ।
ଘର ବାଡିରେ ଫୁଟିଲା ଦୁଇଟି ବ୍ରହ୍ମକମଳ। ଏକବର୍ଷ ତଳେ ବାଡିରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ, ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ
ଆଜି ଏହି ଗଛରେ ଦୁଇଟି ଫୁଲ ଫୁଟିଥିବା ଦେଖି ପରିବାରବର୍ଗ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଏହି ଫୁଲକୁ ତିର୍କୀ ପରିବାରବର୍ଗ ପ୍ରଭୁ ଜଗନ୍ନାଥ ଙ୍କୁ ସମର୍ପଣ କରିବା ପାଇଁ ମାନସିକ କରିଛନ୍ତି । ଏହାପୂର୍ବରୁ ଚଳିତବର୍ଷ ପ୍ରଥମ ରଥଯାତ୍ରା ରେ ଜଗନ୍ନାଥ ଙ୍କୁ ସମର୍ପିତ କରାଯାଇଥିଲା। ଏହି ବ୍ରହ୍ମକମଳ ଗଛରେ ସମାନ ଭାବେ ଦୁଇଟି ଫୁଲ ଫୁଟିଥିବା ବେଳେ ସେ ଏହାକୁ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ମହାପ୍ରଭୁ ଜଗନ୍ନାଥ ଙ୍କୁ କରାଇଥିଲେ । ଏହି ଗଛରେ ପୁନର୍ବାର ଫୁଲ ଫୁଟିଥିବାରୁ ଏହା ଭଗବାନଙ୍କ ଆଶୀର୍ବାଦ ବୋଲି କହିଛନ୍ତି ସୁବାଷ ତିର୍କୀ । ଏହି ଦୁର୍ଲଭ ଫୁଲଟି ହିମାଳୟ ପର୍ବତରେ ଫୁଟୁଥିବା ବେଳେ ପ୍ରତିକୂଳ ପରିବେଶରେ ମଧ୍ୟ ଫୁଟିଥିବା ଦେଖିବାକୁ ସୁବାଷ ତିର୍କୀ ପରିବାର ସମେତ ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରିଛନ୍ତି । ଏଥିସହ ଫୁଲକୁ ଦେଖିବା ପାଇଁ ଧାଇଁ ଆସିଛନ୍ତି ।
Prev Post
Next Post