କେନ୍ଦୁଝର ଜିଲ୍ଲା ସ୍କୁଲ ମାନାଙ୍କରେ ଆଜି ପାଳିତ ହୋଇଛି ପବିତ୍ର ଗୁରୁଦିବସ

କେନ୍ଦୁଝର ଜିଲ୍ଲାରେ ଯୋଡ଼ା ବ୍ଲକ ଅଧୀନରେ ଥିବା ଦେଖିବାକୁ ….

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଯୋଡ଼ା ବ୍ଲକ ଅଧୀନରେ ଥିବା ଦେଖିବାକୁ ମିଳିଛି ଭଦ୍ରାସାହି ଝାଡ଼ଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ସେରେଣ୍ଡା କେ ବି ହାଇ ସ୍କୁଲ, ବଲାଣି ସରସ୍ବତୀ ଶିଶୁ ମନ୍ଦିର,ସେହିପରି ବଡ଼ବିଲ ମଧ୍ୟ ହୋଇଛି ଗୁରୁ ଓ ଶିଷ୍ୟ ପରମ୍ପରା ଅନୁସାରେ ଆଜି ପବିତ୍ର ଗୁରୁ ଦିବସ। ଆମ ଶାସ୍ତ୍ର, ପରମ୍ପରାରେ ଗୁରୁଙ୍କୁ ସର୍ବୋଚ୍ଚ ଆସନରେ ବିରାଜମାନ କରାଯାଇଛି। ତେଣୁ କୁହାଯାଏ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ଵର। ରାମାୟଣ ପୌରାଣିକ ଗାଥାରେ ମହର୍ଷି ବିଶ୍ଵାମିତ୍ରଙ୍କ ଚରିତ୍ର, ମହାଭାରତରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଭୂମିକା ଯୁଗେ ଯୁଗେ ପୂଜନୀୟ।ପ୍ରାଚୀନ ସମୟରୁ ଆଜିର ସ୍ମାର୍ଟ ଶତାବ୍ଦୀରେ ପହଞ୍ଚି ସୁଦ୍ଧା ଆମେ ଗୁରୁ ପୂଜାକୁ ପାସୋରି ନାହୁଁ। ସର୍ବଭାରତୀୟ ସ୍ତରରେ ସେପ୍ଟେମ୍ବର ୫ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସ୍ଵତନ୍ତ୍ର ଆୟୋଜନ କରାଯାଇଛି। ଗୁରୁଙ୍କୁ ପୂଜା କରି ଆର୍ଶୀବାଦ ଭିକ୍ଷା କରୁଛନ୍ତି ଛାତ୍ରଛାତ୍ରୀ।

ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ଵିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ଦେଶର ପ୍ରତ୍ୟେକ ପ୍ରାନ୍ତରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଏ। ଅସାଧାରଣ ପ୍ରତିଭାର ଅଧିକାରୀ ଡ.ରାଧାକୃଷ୍ଣନ୍ ରାଷ୍ଟ୍ରପତି ଘୋଷିତ ହେବା ପରେ ତାଙ୍କର କେତେଜଣ ବନ୍ଧୁ ଓ ଛାତ୍ର ସେହି ବର୍ଷ ଜନ୍ମଦିନ ପାଳନ କରିବାକୁ ତାଙ୍କୁ ଅନୁରୋଧ କରିଥିଲେ। ବିନମ୍ରତାର ସହ ମନା କରି ସେ ପରାମର୍ଶ ଦେଇଥିଲେ ସେପ୍ଟେମ୍ବର ୫ତାରିଖକୁ ‘ଗୁରୁ ଦିବସ’ ଭାବେ ପାଳନ କରାଗଲେ, ସେ ଖୁସି ହେବେ। ସେବେଠାରୁ ଡ.ରାଧାକୃଷ୍ଣନଙ୍କ ଜନ୍ମଦିନକୁ ‘ଗୁରୁ ଦିବସ’ ରୂପେ ଭାରତରେ ପାଳନ କରାଯାଉଛି।