ଭୁବନେଶ୍ୱରରେ ଭାଙ୍ଗିବ ବେଆଇନ ହୋଟେଲ!

ହୋଟେଲ ତିଆରି ହୋଇଥିବା ଘରଟିକୁ ସ୍ଥାନୀୟ ପ୍ରଶାସନ ଅନୁମୋଦନ କରି ନଥିଲେ…..

ଭୁବନେଶ୍ୱର: ଜନବହୁଳ ଭୁବନେଶ୍ୱରରେ ବେଆଇନ ହୋଟେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପହଂଚିଲା ପରେ ଏ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ତାଙ୍କର ବିଶ୍ୱସ୍ତ ମହଲ ସୂତ୍ରରୁ ପ୍ରକାଶ ।

ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟରେ ନବୀନବାବୁଙ୍କ ଚେଲା ଦାବି କରୁଥିବା ଜଣେ କର୍ମୀ କହିଛନ୍ତି, ଯୋଗୀ ସରକାର ଲକ୍ଷେ୍ନøରେ ଗୋଟିଏ ହୋଟେଲ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ହୋଟେଲରେ ନିଅାଁ ଲାଗିବା ଫଳରେ ଚାରିଜଣ ଲୋକଙ୍କର ପ୍ରାଣହାନି ଘଟିଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେ ଖବର ଶୁଣିବା କ୍ଷଣି ଆଇନଗତ ପଦକ୍ଷେପ ଗ୍ରହଣ କରି ଉକ୍ତ ହୋଟେଲକୁ ତୁରନ୍ତ ଭାଙ୍ଗିବାକୁ ଆଦେଶ ଦେଇଛନ୍ତି । ହୋଟେଲ ତିଆରି ହୋଇଥିବା ଘରଟିକୁ ସ୍ଥାନୀୟ ପ୍ରଶାସନ ଅନୁମୋଦନ କରି ନଥିଲେ ।

ଆମ ସାର୍‌ ଯୋଗୀଙ୍କୁ ଅନୁସରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରିୟଭାଜନ ହେବାକୁ ଚାହୁଁଛନ୍ତି; ତେଣୁ ଏବେ ଭୁବନେଶ୍ୱରରେ ବେଆଇନ ହୋଟେଲ ନିର୍ମାଣ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ସାବଧାନ ହୋଇଯିବା ଉଚିତ । ବିଜେଡିରେ ମିଶିଗଲେ ରକ୍ଷା; ନହେଲେ କେତେବେଳେ ହୋଟେଲ ଭାଙ୍ଗି ଦିଆଯିବ; ତାହା ଖୋଦ ଜଗନ୍ନାଥ ବି ଜାଣି ପାରିବେନି ।